26.1 C
Bhubaneswar
Tuesday, September 17, 2024
Homeଅପରାଧମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଯୁବକ ଗିରଫ

ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ମହିଳା ଜଣଙ୍କ ଏକା ଶୋଇଥିବା ବେଳେ ଘରେ ପଶି ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଉକ୍ତ ଥାନା ନିକଟସ୍ଥ ମସଜିତ୍ କଲୋନୀର ଏସକେ. ରମଜାନ ଅଲ୍ଲୀ(୩୨) । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରିଣୀ ନିଜ ସ୍ୱାମୀ ଏବଂ ଦୁଇ ସନ୍ତାନଙ୍କ ସହିତ ଖାରବେଳନଗର ଥାନା ଅଞ୍ଚଳରେ ରୁହନ୍ତି । ସ୍ୱାମୀ ବୃତ୍ତିରେ ଜଣେ ଡ୍ରାଇଭର ହୋଇଥିବାରୁ ପ୍ରାୟ ସମୟ ବିଳମ୍ବିତ ରାତିରେ ଘରକୁ ଫେରିଥାନ୍ତି । ଏଣୁ ଅଭିଯୋଗକାରିଣୀ ପ୍ରତିଦିନ ରାତିରେ ଘରର ଦରଜା ଖୋଲା ରଖି ଶୋଇପଡିଥାନ୍ତି । ଗତ ୧୮ ତାରିଖ ରାତିରେ ଅଭିଯୋଗକାରିଣୀ ପ୍ରତିଦିନ ଭଳି ଘରର ମୁଖ୍ୟ ଦରଜା ଖୋଲା ରଖି ନିଦରେ ଶୋଇପଡିଥିବା ବେଳେ, ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ଘରେ ପଶି ସେ ସୋଇଥିବା ସମୟରେ ତାଙ୍କ ସହିତ ବଳପୂର୍ବକ ଦୁଷ୍କର୍ମ କରିବା ଲାଗି ପ୍ରୟାସ କରିଥିଲେ । ଏହି ସମୟରେ ଅଭିଯୋଗକାରିଣୀଙ୍କ ନିଦ ଭାଙ୍ଗି ଯାଇଥିବା ବେଳେ ବଡପାଟି କରି ଡାକ ପକାଇଥିଲେ । ତାଙ୍କ ପାଟି ଶୁଣି ପାଖ ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକ ଘଟଣାର ଅପୋଷ ସମାଧାନ ଲାଗି ପ୍ରୟାସ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ଆଉ ଧରାଛୁଆଁ ଦେଇନଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଅଭିଯୋଗକାରିଣୀ ଥାନାରେ ଅଭିଯୋଗ କରିଥିଲା । ତାଙ୍କ ଅଭିଯୋଗ ଆଧାରରେ ଖାରବେଳନଗର ଥାନା ପୁଲିସ ମାମଲାର ତଦନ୍ତ କରିବା ସହ ଆଜି ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିବାରୁ ଆଇପିସି ୪୫୭, ୩୫୪ ଏବଂ ୩୫୪(ଏ) ଆଧାରରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking