27.1 C
Bhubaneswar
Sunday, June 22, 2025
Homeଓଡିଶାଡାକ୍ତରଖାନାରେ ଚାକିରୀ କରାଇ ଦେବେ କହି ଲକ୍ଷଲକ୍ଷ ଟଙ୍କା ଲୁଟିନେଇ ଗିରଫ ହେଲେ ଯୁବକ

ଡାକ୍ତରଖାନାରେ ଚାକିରୀ କରାଇ ଦେବେ କହି ଲକ୍ଷଲକ୍ଷ ଟଙ୍କା ଲୁଟିନେଇ ଗିରଫ ହେଲେ ଯୁବକ

ଉଦଳା : ଚାକିରୀ କରାଇଦେବାର ନିର୍ଭର ପ୍ରତିଶୃତି ଦେଇ ଅସହାୟ ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଠକ ଯୁବକ। ଠକାମୀର ଶିକାର ଯୁବକ ଯୁବତୀଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଶେଷରେ ଠକକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ତେବେ ଚାକିରୀ ବିକୁଥିବା ଠକ ନିଜେ ଡାକ୍ତରଖାନାରେ ଚାକିରୀ କରିଥିବା ଜଣାପଡିଛି। ଆଉ ସେହି ଡାକ୍ତରଖାନାରେ ଅନ୍ୟ ପଦବୀରେ ଚାକିରୀ ଦେବାକୁ କହି ଦୀର୍ଘ ଚାରିବର୍ଷରୁ ଅଧିକ ହେବ ଲୋକଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ନେଇ ଠକି ଆସୁଥିଲେ। ହେଲେ ଚାକିରୀ ଦେବା ଦୂରର କଥା ଫେରାର ହୋଇଯାଇଥିଲେ ୪୨୦ ଯୁବକ।ଆଉ ଶେଷରେ ଗତକାଲି ନିଜ ଘରକୁ ଆସିଥିବା ବେଳେ ଧରା ପଡିଲେ ଲୋକଙ୍କ ହାବୁଡ଼ରେ।ଉଦଳା ଥାନା ଏନଏସି ୪ ନମ୍ବର ୱାର୍ଡର ଯୁବକ ରଜତ କୁମାର ପାତ୍ର ପୂର୍ବରୁ ଉଦଳା ଡାକ୍ତରଖାନାରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ। ଆଜକୁ ୩ ବର୍ଷ ହେବ ସେ ଚାକିରୀରୁ ବିଦା ହୋଇ ସାରିଲେଣି। ହେଲେ ଚାକିରୀରେ ଥିବା ସମୟରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ ବର୍ଷ ହେବ ଅନେକ ଲୋକଙ୍କୁ ଉଦଳା ଡାକ୍ତରଖାନାରେ ଚାକିରୀ କରାଇ ଦେବା କହି ସେମାନଙ୍କ ନିକଟରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି। ସୁଇପର, ଆଟେନଡାଣ୍ଟ ଭଳି ବିଭିନ୍ନ ପଦବୀରେ ଚାକିରୀ କରାଇଦେବେ କହି ଟଙ୍କା ନେଇ ଆସୁଥିଲେ। ଚାକିରୀ ନ ଦେବାରୁ ଟଙ୍କା ଦେଇଥିବା ଲୋକେ ରଜତ ପାତ୍ରଙ୍କୁ ପଚାରିବା ଏବଂ ଥାନାରେ ଏତଲା ଦେବାରୁ ସେ ଅନେକଙ୍କୁ ଟଙ୍କା ଦେବା ପାଇଁ ମିଛ ଚେକ ମଧ୍ୟ ଦେଇଛନ୍ତି। ପ୍ରାୟ ତିରିଶ ରୁ ଅଧିକ ଲୋକଙ୍କ ନିକଟରୁ ଚାଳିଶ ଲକ୍ଷ ରୁ ଅଧିକ ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ ରଜତ ପାତ୍ର।ଟଙ୍କା ଦେଇ ଚାକିରୀ ପାଇ ନ ଥିବା ଲୋକେ ଅନେକ ଦିନ ଖୋଜାଖୋଜି କରୁଥିଲେ ସୁଦ୍ଧା ତାଙ୍କର ପତ୍ତା ପାଉ ନ ଥିଲେ।ହେଲେ ଗତକାଲି ୪୨୦ ରଜତ ପାତ୍ର ନିଜ ଘରକୁ ଆସିଥିବା ବେଳେ ଲୋକେ ଜାଣିପାରି ତାଙ୍କ ଘରେ ପହଞ୍ଚି ତାଙ୍କୁ ଅଟକାଇବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ଠକାମୀର ଶିକାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। କେବଳ ଉଦଳା ନୁହେଁ କପ୍ତିପଦା ଡାକ୍ତରଖାନାରେ ଠକ ରଜତ ପାତ୍ରର ନିଜ ସ୍ତ୍ରୀ ଚାକିରୀ କରିଥିବା ବେଳେ ଏହାର ଫାଇଦା ନେଇ କପ୍ତିପଦାର ଅନେକ ଲୋକଙ୍କୁ ଠକିଛନ୍ତି….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking