27.1 C
Bhubaneswar
Friday, June 28, 2024
Homeଅପରାଧ୫ବର୍ଷର କୁନି ଝିଅକୁ ହତ୍ୟା କଲା ଯୁବକ

୫ବର୍ଷର କୁନି ଝିଅକୁ ହତ୍ୟା କଲା ଯୁବକ

ଲକ୍ଷ୍ନୌ: ଆଇନ୍ ବ୍ୟବସ୍ଥାରେ ଯେତିକି ପରିବର୍ତ୍ତନ ହେଉଛି, ଅପରାଧିକ ମାମଲା ମଧ୍ୟ ସେତିକି ବଢିବାରେ ଲାଗିଛି । ଦିନକୁ ଦିନ ଏପରି ଅପରାଧ ଘଟୁଛି ଯାହାକୁ ଆମେ ଖବର ମାଧ୍ୟମରେ ପ୍ରକାଶ କରିବା ଆମ ପକ୍ଷେ କଷ୍ଟକର ହୋଇପଡେ । ଏମିତି କିଛି ହୃଦୟବିଦାରକ ଖବର ଆସିଛି ଉତ୍ତରପ୍ରଦେଶର ମହାରାଜାଗଞ୍ଜ ଜିଲ୍ଲାରେ । ଜଣେ ୫ବର୍ଷର କୁନି ଝିଅକୁ ଛୁରୀ ଭୁସି ହତ୍ୟା । ତାହା ପୁଣି ଏକ ସାମାନ୍ୟ କାରଣକୁ ନେଇ । ପୋଲିସର କହିବା ଅନୁସାରେ ପାର୍କରେ କୁନି ଝିଅ ରିମ୍‌ଝିମ୍ ଓ ତାର ସାଥିମାନେ ଖେଳୁଥିଲେ । ସେମାନଙ୍କ ନିକଟରେ ଏକ ସାଇକେଲ ଥୁଆ ହୋଇଥିଲା । କୁନି ଝିଅଟି କାଦୁଅ ହାତରେ ଛୁଇଁଦେଇଥିଲା । ସେ କିଛି ବୁଝିବା ଆଗରୁ ସାଇକେଲର ମାଲିକ ତାକୁ ବାରମ୍ବାର ଛୁରୀ ଭୁସି ଥିଲା । ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତକୁ ସଂଗେ ସଂଗେ ଗିରଫ୍ କରାଯାଇଥିଲା । ନିକଟସ୍ଥ ଥାନା ଅଧିକାରୀ ସତ୍ୟପ୍ରକାଶ ସିଂଙ୍କ କହିବା କଥା ଅଭିଯୁକ୍ତର ନାମ ଦିପକ କୁମାର, ଯିଏକି ଜଣେ ଶ୍ରମିକ ଭାବେ କାମ କରନ୍ତି । ଦିପକର ଘର ସେହି ଅଞ୍ଚଳର ମୁସହର ଗ୍ରାମରେ । ତେବେ ସେଠାକାର ତଥ୍ୟ ଓ ପ୍ରମାଣ ସବୁକୁ ଆଧାର କରି ଘଟଣାର ପୁରା ଛାନ୍ ଭିନ୍ ଚାଲିଛ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking