ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ଘଟିଛି ଆଶ୍ଚର୍ଯ୍ୟଜନକ ଘଟଣା । ମହିଳା ବେଶ ଧରି ନିଜ ଜୀବନ ହରିଛନ୍ତି ଯୁବକ । ଜଣେ ଯୁବକ ଓଠରେ ଲିପଷ୍ଟିକ୍, ମଥାରେ ଟିକିଲି, ଶରୀରରେ ମହିଳାଙ୍କ ପୋଷାକ ପିନ୍ଧି ନିଜ ଜୀବନ ହାରିଛନ୍ତି । ସୂଚନା ଅନୁଯାୟୀ,ଉତ୍ତରାଖଣ୍ଡର ପନ୍ତନଗର ବିମାନବନ୍ଦର ବିମାନ ଟ୍ରାଫିକ୍ କଣ୍ଟ୍ରୋଲ ଟିମ୍ ରେ ମୃତ ଯୁବକ ଜଣକ କାମ କରୁଥିଲେ । ସେଠାରେ ସେ ସହକାରୀ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ମହିଳାଙ୍କ ବେଶରେ ଜୀବନ ହାରିଦେଇଥିବା ତାଙ୍କ ସହକର୍ମୀ ଦେଖିଥିଲେ । ଏନେଇ ପୋଲିସକୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣଙ୍କର ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତାଙ୍କୁ ଏଭଳି ମହିଳାଙ୍କ ବେଶ ଦେଖି ତାଙ୍କ ସହକର୍ମୀ ଓ ବନ୍ଧୁବାନ୍ଧବ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।