28.1 C
Bhubaneswar
Wednesday, July 23, 2025
Homeଓଡିଶାପୋଡ଼ି ହୋଇ ଗୁରୁତର ଯୁବକଙ୍କ ମୃତ୍ୟୁ

ପୋଡ଼ି ହୋଇ ଗୁରୁତର ଯୁବକଙ୍କ ମୃତ୍ୟୁ

ମୁଣ୍ଡମୁହାଣ: ଗତ ୨୬ ତାରିଖ ହୋଲି ଦିନ ଜଣେ ଯୁବକ ଗ୍ୟାସ ନିଆଁରେ ପୋଡି ହୋଇ ଗୁରୁତର ହୋଇପଡିଥିଲେ । ଆହତ ଯୁବକ ଜଣକ ହେଲେ ଇନଫୋଭ୍ୟାଲି ଥାନା ଯାଁଳା ପଞ୍ଚାୟତ ଓଗାଳପଡା ଅଞ୍ଚଳର ପୁଷ୍ପକ ଦାସ । ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ଗତ ୨୫ ତାରିଖ ଦିନ ପୁଷ୍ପକ ଖାଇପିଇ ଶୋଇଥିଲେ । ୨୬ ତାରିଖ ସକାଳୁ ଉଠି କୌଣସି କାମ ପାଇଁ ଗ୍ୟାସ୍ ଚୁଲି ଲଗାଇବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ପୁଷ୍ପକଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡ଼ିଯାଇଥିଲା । ପରିବାର ଲୋକ ତାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଡାକ୍ତର ମୃତ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking