31.1 C
Bhubaneswar
Friday, October 18, 2024
Homeଓଡିଶାଫାଟକରେ ଟ୍ରେନ୍ ଧକ୍କାରେ ଯୁବକ ମୃତ

ଫାଟକରେ ଟ୍ରେନ୍ ଧକ୍କାରେ ଯୁବକ ମୃତ

ଭୁବନେଶ୍ୱର: ଜଗୁଆଳ ବିହୀନ ରେଳ ଫାଟକରେ ଦ୍ରୁତଗତିରେ ଆସୁଥିବା ଟ୍ରେନ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁହୋଇଛି । ଏହି ଯୁବକ ଜଣକ ବାଇକ୍‌ରେ ଆସୁଥିଲେ । ଟ୍ରେନ୍ ଧକ୍କାରେ ଯୁବକ ଜଣକ ୫୦ ମିଟର ଦୂରକୁ ଛିଟିକି ପଡ଼ିଥିବା ବେଳେ ତାଙ୍କ ବାଇକ୍‌କୁ ଟ୍ରେନ୍ ପ୍ରାୟ ଗୋଟିଏ କିଲୋମିଟର ଘୋଷାଡ଼ି ନେଇଥିଲା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମ ନିକଟ ଜଗୁଆଳି ବିହିନ ରେଳ ଫାଟକରେ ଆଜି ଏହି ଦୁର୍ଘଟଣା ହୋଇଛି ।

ମୃତକ ଜଣକ ଭଗବାନପୁର ଗ୍ରାମର ଲକ୍ଷ୍ମୀଧର ଦେହୁରୀ । ସେ ସକାଳୁ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ନିକଟସ୍ଥ ବଜାରକୁ ଯାଉଥିଲେ । ସେତିକି ବେଳକୁ ଭଗବାନପୁର ଫାଟକ ଦେଇ ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ ଅତିକ୍ରମ କରୁଥିଲା । ଟ୍ରେନ୍ ଖୁବ୍ ଜୋରରେ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଧର ପ୍ରାଣ ହରାଇଥିଲେ । ବାରମ୍ବାର ଦାବି ସତ୍ତ୍ୱେ ରେଳ ଗେଟ୍ ନିର୍ମାଣ ନ ହେବା ଦୁର୍ଘଟଣାର କାରଣ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking