34.1 C
Bhubaneswar
Friday, October 18, 2024
Homeଓଡିଶାଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା

କଟକ : ଘର ଭିତରେ ବେକରେ ଗାମୁଛାରେ ରସି ଲଗାଇ ଫ୍ୟାନରେ ଝୁଲି ଯୁବକଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ କଲ୍ୟାଣପୁର ଗ୍ରାମରେ। ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ଚନ୍ଦନ ଭୋଇ। ଚନ୍ଦନ ଭୋଇକୁ ପରିବାରଲୋକେ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ ମାମଲା ରଜୁ କରି ଶବବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି।  ସୂଚନା ମୁତାବକ ଚନ୍ଦନ ଭୋଇ ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାମ କରନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking