29.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ପୋଇପାଣି ଗ୍ରାମର ଗୁରୁଚରଣ ମହାରଣାଙ୍କ ପତ୍ନୀ ତୁଳସୀ ମହାରଣା (୪୫)ଙ୍କୁ ଗତ ୪ତାରିଖ ସନ୍ଧ୍ୟା ପାଖାପାଖି ୬ଟା ସମୟରେ ଏକ ଦନ୍ତା ହାତୀ ଟେକି କଚାଡି ଦେବାରୁ ସେ ଗୁରୁତର ହୋଇଥିଲେ। ତୁଳସୀ ସଦର ବ୍ଲକ ଅନ୍ତର୍ଗତ ଡୁମୁରିଆ ହାଟରୁ ହାଟ ସାରି ରାସ୍ତାରେ ଘରକୁ ଫେରୁଥିବା ସମୟରେ ପୋଇପାଣି ଜଙ୍ଗଲରୁ ହଠାତ୍ ଏକ ଦନ୍ତା ହାତୀ ବାହାରି ଆସି ତୁଳସୀଙ୍କୁ ଟେକି କଚାଡି ଦେଇଥିଲା।

ଖବର ପାଇ ପାଟଣା ବନପାଳ ପିଅନ ନାଏକ ଓ ବନବିଭାଗ ପାରାକର୍ମଚାରୀ ମାନେ ଘଟଣା ସ୍ଥଳରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଅବସ୍ଥା ଉଦବେଗ ଜନକ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତୁଳସୀଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ସହାୟତା ରାଶି ବାବଦରେ ବନବିଭାଗ ମୋଟ ୬ ଲକ୍ଷ ଟଙ୍କା ଦେବ ଓ ଶବ ଗ୍ରାମରେ ପହଞ୍ଚିବା ପରେ ତତକାଳ ମୋଟ ଅର୍ଥରୁ ୧୦ ପ୍ରତିଶତ ଅର୍ଥ ସହାୟତା ପ୍ରଦାନ କରାଯିବ ବୋଲି ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking