ତ୍ରିସୁର : ସରକାରୀ ବସ୍ରେ ଶିଶୁ କନ୍ୟାକୁ ଜନ୍ମ ଦେଲେ ମହିଳା । ବୁଧବାର ଦିନ କେରଳର ଏକ ସରକାରୀ ବସ୍ରେ ଜଣେ ୩୭ ବର୍ଷୀୟା ମହିଳା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ସେରିନା ନାମକ ଏହି ମହିଳା ପ୍ରସବ ବେଦନାରେ ଆଉଟୁ ପାଉଟୁ ହେଉଥିବା ମହିଳା ଜଣକ ଡାକ୍ତରଖାନା ଯିବା ଅବସ୍ଥାରେ ନଥିବାରୁ ଡାକ୍ତରମାନେ ବସ୍ ଭିତରକୁ ପଶି ଶିଶୁଟିକୁ ପ୍ରସବ କରିଥିଲେ। ମହିଳା ସେତେବେଳକୁ ଅତ୍ୟଧିକ ଯନ୍ତ୍ରଣା ଭୋଗୁଥିଲେ। ସେରେନା ତାଙ୍କ ସ୍ୱାମୀଙ୍କ ସହ କେରଳ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ରେ ତ୍ରିସୁରରୁ କୋଜିକୋଡେ ଯାତ୍ରା କରୁଥିବାବେଳେ ସେ ପ୍ରସବ ବେଦନା ଅନୁଭବ କରିବା ଆରମ୍ଭ କରିଥିଲେ। ତାଙ୍କ ଅବସ୍ଥା ଏବଂ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ବସ୍ ସିଧା ତ୍ରିସୁରର ଅମାଲା ହସ୍ପିଟାଲ ଆଡକୁ ଚାଲିଥିଲା। ଡାକ୍ତର ଏବଂ ନର୍ସମାନେ ଅନୁଭବ କଲେ ଯେ ସେମାନେ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାରେ ଅସମର୍ଥ ହେବେ। ସେହିକାରଣରୁ ସେମାନେ ମହିଳାଙ୍କର ବସ୍ ଭିତରେ ପ୍ରସବ କରିଥିଲେ। ଶିଶୁକୁ ଏନ୍ଆଇସିୟୁ (ନିଓ-ନାଟାଲ୍ ଇଣ୍ଟେନ୍ସିଭ୍ କେୟାର ୟୁନିଟ୍) କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ମହିଳା ଜଣଙ୍କ ଏବେ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ଅଛନ୍ତି। ଡାକ୍ତର ଏବଂ ନର୍ସମାନେ ମହିଳାଙ୍କ ପ୍ରସବ କରିବାକୁ ଯାତ୍ରୀମାନଙ୍କୁ ବସ୍ରୁ ହଟାଇ ଦେଇଥିଲେ। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଜୁଆଲଗୁଡିକ ଏବେ ଖୁବ୍ ଚର୍ଚ୍ଚା ପାଲଟିଛି। ଡାକ୍ତରଖାନା ବାହାରେ ବସ୍ଟିକୁ ଦେଖିବାକୁ ମିଳିଛି। ଡାକ୍ତରୀ କର୍ମଚାରୀମାନେ ମା ଏବଂ ଶିଶୁକୁ ସାହାଯ୍ୟ କରିବାକୁ ବସ୍ ଭିତରକୁ ଦୌଡୁଥିବାର ଦେଖାଯାଇଛି। ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇସାରିଥିବାରୁ ତାଙ୍କୁ ଜରୁରୀକାଳୀନ ବିଭାଗକୁ ସ୍ଥାନାନ୍ତର କରିବା ଆମ ପକ୍ଷେ ଅସମ୍ଭବ ଥିଲା। ଆମକୁ ପିଲାଟିକୁ ବାହାର କରି ସେଠାରେ ପ୍ରସବ କରାଇବାକୁ ପଡ଼ିଲା ବୋଲି ଜଣେ ଡାକ୍ତର କହିଛନ୍ତି।