40.1 C
Bhubaneswar
Sunday, June 16, 2024
Homeଦେଶ ବିଦେଶଇମ୍ରାନ ଖାନ୍ ଓ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା

ଇମ୍ରାନ ଖାନ୍ ଓ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମହିଳା

ନୂଆଦିଲ୍ଲୀ: ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ସେ ଏବଂ ତାଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଏବଂ ସମ୍ବେଦନଶୀଳ ଅଭିଯୋଗ ଆସିଛି । ଇମ୍ରାନ ଖାନ ଏବଂ ପତ୍ନୀ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ ହୋଇଛି । ପ୍ରକୃତରେ, ଏକ ଅନାଥ ଶିଶୁ କଲ୍ୟାଣ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି । ପାକିସ୍ତାନୀ ଗଣମାଧ୍ୟମକୁ ଉଦ୍ଧୃତ କରି ଏକ ଜାତୀୟ ଗଣମାଧ୍ୟମ କହିଛି ଯେ, କାଶାନା ୱେଲଫେୟାର ହାଉସର ପୂର୍ବତନ ସୁପରିଟେଣ୍ଡେଣ୍ଟ ଆଫାଶା ଲତିଫ ଦାବି କରିଛନ୍ତି ଯେ, ଯେତେବେଳେ ଇମ୍ରାନ ଖାନ ଦେଶର ପ୍ରଧାନମନ୍ତ୍ରୀ ଥିଲେ, ସେତେବେଳେ ଅନାଥ ଝିଅ ମାନଙ୍କୁ ତାଙ୍କ ଘରକୁ ପଠାଯାଉଥିଲା ଏବଂ ସେଠାରେ ସେମାନଙ୍କ ସହ ଯୌନ ଶୋଷଣ କରାଯାଉଥିଲା ।

କେବଳ ଏତିକି ନୁହେଁ, ଏହି ଝିଅମାନଙ୍କୁ ମୁହଁ ନ ଖୋଲିବା ପାଇଁ ଧମକ ଦିଆଯାଉଥିଲା । ଲତିଫ ଦାବି କରିଛନ୍ତି ଯେ ଅନେକ ଅନାଥ ଝିଅ ଏବେ ବି ନିଖୋଜ ଅଛନ୍ତି । ସେ ଏକ ପାକିସ୍ତାନୀ ମିଡିଆ ଚ୍ୟାନେଲକୁ କହିଛନ୍ତି ଯେ ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବି ଅର୍ଥାତ୍ ପିଙ୍କି ପିର୍ନିଙ୍କ ନିର୍ଦ୍ଦେଶରେ ଏହି ସବୁ ଘଟିଛି । ରିପୋର୍ଟ ଅନୁଯାୟୀ, ଆଫାଶା ଲତିଫ କହିଛନ୍ତି ଯେ ଅନାଥ ଝିଅମାନଙ୍କ ସହ ପଶୁମାନଙ୍କ ଠାରୁ ବି କ୍ରୁର ବ୍ୟବହାର କରାଯାଉଥିଲା । ଏପରିକି ଅନେକ ଝିଅ ବ୍ୟକ୍ତିଗତ ଅଂଶରେ ଏତେ ଆହତ ହୋଇଥିଲେ ଯେ ସେମାନଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା । ଆଫାଶା ମଧ୍ୟ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ସହ ଅଜମଲ ଚିମାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ କହିଛନ୍ତି ଯେ ଚିମା ଦୁଇଜଣ ଅନାଥ ଝିଅଙ୍କୁ ଯୌନ ନିର୍ଯାତନା ଦେବା ପରେ ସେମାନଙ୍କୁ ପାଗଳ ଘୋଷିତ କରାଯାଇ ପାଗଳଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଏଥିସହ ସେ ଅଭିଯୋଗ କରିଛନ୍ତି ଯେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଝିଅଙ୍କୁ ହତ୍ୟା କରାଯାଇଛି । ସୂଚନାଥାଉକି, କାଶାନା ୱେଲଫେୟାର ହାଉସର ସ୍ଥାପନା ୧୯୭୦ ମସିହାରେ ହୋଇଥିଲା । ପାକିସ୍ତାନର ପଞ୍ଜାବ ସ୍ଥିତ ସରଗୋଧା ସହରରେ ଏହା ପ୍ରତିଷ୍ଠା ହୋଇଥିଲା । ଯେଉଁଠାରେ ଅନାଥ, ଗରିବ ଝିଅମାନଙ୍କୁ ରଖାଯାଇଥାଏ । ଦଶନ୍ଧି ଧରି ସେଠାରେ ଥିବା ଝିଅମାନଙ୍କ ପ୍ରତି ଘୃଣ୍ୟ କାର୍ଯ୍ୟ କରାଯାଉଥିଲା ବୋଲି ଆଫାଶା ଲତିଫ ଦାବି କରିଛନ୍ତି । ଏହି ଝିଅମାନଙ୍କୁ ଶୋଷଣ କରିବାରେ ଇମ୍ରାନ ଖାନଙ୍କର ଅନେକ ଘନିଷ୍ଠ ବ୍ୟକ୍ତି ଜଡିତ ଅଛନ୍ତି । ଆଫାଶା କହିଛନ୍ତି ଯେ ମୁଁ ମୋର ଚାକିରି ଏବଂ ମୋ ଜୀବନକୁ ବିପଦରେ ପକାଇ ଇମ୍ରାନ ଖାନଙ୍କ ଘୃଣ୍ୟ କାର୍ଯ୍ୟକୁ କ୍ରମାଗତ ଭାବରେ ପ୍ରକାଶ କରିଛି, କାରଣ ମୁଁ ଏସବୁ ଦେଖିପାରୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking