ଲକ୍ଷ୍ନୌ: ସାମାନ୍ୟ ବଚସାକୁ ନେଇ ସ୍ୱାମୀର ଜିଭକୁ କାଟିଲା ସ୍ତ୍ରୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌର ଠାକୁରଙ୍ଗଜରେ । ଦୀର୍ଘ ବର୍ଷ ଧରି ଠାକୁରଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳରେ ରହୁଥିବା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ପତ୍ନୀ ନିଜ ବାପଘରେ ରହୁଥିଲେ । ହେଲେ ଶୁକ୍ରବାର ଦିନ ସ୍ୱାମୀ ଯେତେବେଳେ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କୁ ନେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । କିନ୍ତୁ ସ୍ତ୍ରୀ ଆସିବାକୁ ମନା କରିଦେଇଥିଲା ତେଣୁ ଦୁହିଁଙ୍କ ମଧ୍ୟରେ ବିବାଦ ବଢିବାକୁ ଲାଗିଥିଲା । ଏନେଇ କ୍ରୋଧିତ ହୋଇ ସ୍ତ୍ରୀ ନିଜର ଦାନ୍ତରେ ସ୍ୱାମୀଙ୍କ ଜିଭକୁ କାମୁଡ଼ିଥିଲେ । ଯାହାଫଳରେ ତାଙ୍କ ଜିଭ କଟିକି ତଳେ ପଡିଯାଇଥିବା ଶୁଣିବାକୁ ମିଳୁଛି । ତେବେ ଏନେଇ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ତେବେ ପୋଲିସର ସୂଚନା ମୁତାବକ, ଦୀର୍ଘ ବର୍ଷ ପୂର୍ବେ ମୁନ୍ନାର ବିବାହ ଠାକୁରଗଞ୍ଜ ଥାନା ଅଞ୍ଚଳରେ ରହୁଥିବା ସଲମା ନାମ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ବର୍ଷ ପରେ ହିଁ ସେମାନଙ୍କ ଭିତରେ ପାରିବାରିକ କଳହ ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ସଲମା ରାଗିଯାଇ ପିଲାମାନଙ୍କୁ ନେଇ ନିଜ ଘରେ ଯାଇ ରହୁଥିଲେ । ଅନେକ ଥର ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ମଧ୍ୟ ହୋଇଥିଲା କିନ୍ତୁ ପତ୍ନୀ ତାଙ୍କ ଶାଶୁ ଘରକୁ ଯିବାକୁ ମନା କରିଦେଇଥିଲେ ।
ଏନେଇ ସ୍ୱାମୀ ମୁନ୍ନା ତାଙ୍କ ପିଲାମାନଙ୍କୁ ଭେଟିବା ପାଇଁ ଶୁକ୍ରବାର ସକାଳେ ତାଙ୍କ ପତ୍ନୀଙ୍କ ଘରକୁ ଯାଇଥିଲେ । ହେଲେ ପତ୍ନୀ ପିଲାମାନଙ୍କୁ ଭେଟିବାକୁ ମନା କରିଦେଇଥିଲେ ।କିନ୍ତୁ ଏନେଇ ମୁନ୍ନା ସେମାନଙ୍କୁ ଭେଟିବାକୁ ଜିଦ୍ କରିବାରୁ ଦୁହିଁଙ୍କ ମଧ୍ୟରେ କଳହ ଲାଗିଥିଲା । ଏହି ସମୟରେ ସଲମା ରାଗିଯାଇ ସ୍ୱାମୀଙ୍କ ଜିଭକୁ ଦାନ୍ତରେ କାଟି ଦେଇଥିଲେ । ଏହା ପରେ ମୁନ୍ନା ଆହତ ହୋଇ ସେଠାରେ ପଡ଼ିଯାଇଥିଲେ । ଅନ୍ୟପଟେ ଏସଡିପିଓ ପଶ୍ଚିମ ଚିରଞ୍ଜୀବ ନାଥ ସିଂ କହିଛନ୍ତି ଯେ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଥିଲା । ଏନେଇ ସେମାନେ ଦୁହେଁ ଅଲଗା ହେବା ସହ ସ୍ତ୍ରୀ ତା ର ପିଲାଙ୍କୁ ନେଇ ବାପଘରେ ରହୁଥିଲା । ହେଲେ ଶୁକ୍ରବାର ସକାଳେ ସ୍ୱାମୀ ପିଲାମାନଙ୍କୁ ଦେଖା କରିବାକୁ ସ୍ତ୍ରୀ ର ଘରକୁ ଯାଇଥିଲେ । ହେଲେ ସେମାନଙ୍କ ମଧ୍ୟରେ ଝଗଡା କାରଣରୁ ସ୍ତ୍ରୀ ନିଜ ଦାନ୍ତରେ ସ୍ୱାମୀର ଝିଭ କାଟିଦେଇଥିଲା ।ଯାହାଦ୍ୱାରା ଜିଭ କଟିକି ବାହାରକୁ ଆସିଯାଇଥିଲା । ଏନେଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ କରାଯାଇଛି ।