28.1 C
Bhubaneswar
Wednesday, January 22, 2025
Homeଓଡିଶାବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା

ଚିକିଟି : କେ.ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠ ସାନ ବଜାର କୁଲାପିଟା ସାହିର ଜନୈକ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳା ଜଣକ ସାନ ବଜାର କୁଲାପିଟା ସାହିର ଶିବା ଆଚାରୀଙ୍କ ସ୍ତ୍ରୀ ସ୍ୱାତୀ ଆଚାରୀ ବୋଲି ଜଣାପଡିଛି । ମିଳିଥିବା ସୂଚନା ପ୍ରକାରେ ଆଜି ସକାଳେ ମହିଳା ଜଣକ ରୁମ୍‌ରେ କେହି ନଥିବାର ସୁଯୋଗ ନେଇ ଫେନ୍‌ରେ ରଶି ଲଗାଇ ଝୁଲିପଡିଥିଲେ । ପରିବାର ବର୍ଗ ରୁମ୍‌କୁ ଆସି ଘଟଣା ଦେଖିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ । କେ. ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି ।

ଅନ୍ୟପକ୍ଷରେ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଝିଅ ଆତ୍ମହତ୍ୟା କରିଥିବା ନେଇ ମୃତକଙ୍କ ପିତା କେ. ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପ୍ରକାରେ ସ୍ୱାମୀ ଶିବା ଆଚାରୀ ଅନ୍ୟ ଝିଅ ସହ ସମ୍ପର୍କରେ ରହିବା ସହ ସ୍ୱାତୀକୁ ନିର୍ଯାତନା ଦେଇ ଆସୁଥିଲେ । ଏହି କାରଣକୁ ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦୀର୍ଘବର୍ଷ ଧରି ଅସନ୍ତୋଷ ଲାଗି ରହିଥିଲା । ନିର୍ଯ୍ୟାତନା ଅସହ୍ୟ ହେବାରୁ ଝିଅ ଆତ୍ମହତ୍ୟା କରିଥିବା ମୃତକଙ୍କ ପିତା ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ଏନେଇ ଏକ ମାମଲା ରୁଜୁ ହୋଇଛି । ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ଜଣାପଡିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ସ୍ୱାତୀଙ୍କ ବିବାହ ୭ ବର୍ଷ ପୂର୍ବେ ହୋଇଥିବା ବେଳେ ତାଙ୍କର ଏକ ଶିଶୁ କନ୍ୟା ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking