ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ୍ ବ୍ଲକ୍ ଅନ୍ତର୍ଗତ ଫୁଲ୍କିମୁଣ୍ଡା ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦୁଇ ଦିନିଆ (ଜାନୁଆରୀ ୧୩ ଓ ୧୪) ମେଗା ଗୋଲ୍ଡ କ୍ୟାମ୍ପ ଅନୁଷ୍ଠିତ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ହାଇକୋର୍ଟ ବିଚାରପତି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଜାନୁଆରୀ ୧୩ ତାରିଖ ଶନିବାର ଦିନ ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ଉଦ୍ଘାଟନ କରିଥିଲେ ।
ଏହି ଦୁଇ ଦିନିଆ ଗୋଲ୍ଡ କ୍ୟାମ୍ପରେ ଅତିଥି ଭାବରେ ହାଇକୋର୍ଟର ମାନ୍ୟବାର ବିଚାରପତି ଜଷ୍ଟିସ୍ କେ,ଆର୍ ମହାପାତ୍ର, ଜଷ୍ଟିସ୍ ସି.ଆର୍ ଦାଶ, ଶଙ୍କରା ବାଗଚୀ କ୍ୟାନ୍ସର୍ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ବିଧୁ ଭୁଷଣ ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ, ପ୍ରଫେସର ମଧୁସୂଦନ ପତି, ଡାକ୍ତର ଜ୍ୟୋସ୍ନାମୟୀ ମହାପାତ, ସମାଜର ନିରଞ୍ଜନ ରଥ, ସମ୍ବାଦର ଗୌରହରି ଦାସ ପ୍ରମୁଖ ଅତିଥି ଭାବରେ ଏବଂ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ସ୍ୱାସ୍ଥ୍ୟ ବିଶ୍ୱ ବିଦ୍ୟାଳୟର କୂଳପତି ତଥା ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ଦତ୍ତ୍ୱେଶ୍ୱର ହୋତା, ଟ୍ରଷ୍ଟର ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଶାସକ ଗୋଧନେଶ୍ୱର ହୋତା ଓ ସଂପାଦକ ରାଜେଶ୍ୱର ହୋତା ଯୋଗ ଦେଇଥିଲେ । ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ, ପ୍ରଫେସର ମଧୁସୂଦନ ପତି ଓ ଡାକ୍ତର ଜ୍ୟୋସ୍ନାମୟୀ ମହାପାତ୍ରଙ୍କୁ ସମ୍ନାନିତ କରାଯାଇଥିଲା ।
ଏହି ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା, ବଲାଙ୍ଗିର ଓ ସମ୍ବଲପୁର ଏବଂ ତଥା ରାଜ୍ୟ ବାହାରର ଖ୍ୟାତନାମା ୫୫ଜଣ ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା – ଇ.ସି.ଜି., ପି.ଏ.ଟି. ଏଣ୍ଡୋସ୍କୋପି ଏବଂ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ ହେବା ସହ ଚିକିତ୍ସା କରାଯାଇଛି । ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ କିଡୀନ୍ରୋଗ, ଶିଶୁରୋଗ, ଭେଷଜ (ମେଡ଼ିସିନ୍), ହୃଦ୍ରୋଗ, ଚର୍ମ ଓ ଯୌନ, ଚକ୍ଷୁ, ଦନ୍ତ ରୋଗ, କର୍ଣ୍ଣ, ନାସା ଗଳା, ମାନସିକ ବ୍ୟାଧି ଜନିତ ରୋଗ, ଶରୀର ଯନ୍ତ୍ରଣା ଜନିତ ବ୍ୟାଧି ସହିତ ହୋମିଓପାଥି, ଆୟୁର୍ବେଦିକ, ନ୍ୟାଚୁରୋପାଥୀ ଏବଂ ଯୋଗ ଚିକିତ୍ସା ମଧ୍ୟ ଉପଲବ୍ଧ ହେବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ଓ ଚଷମା ମଧ୍ୟ ବଣ୍ଟନ କରାଯାଇଛି । ଉକ୍ତ ସ୍ୱାସ୍ଥ୍ୟସେବା ଶିବିରରେ ସକାଳ ୮.୩୦ ଘଟିକାରୁ ଦିବା ୧ ଘଟିକା ସମୟ ମଧ୍ୟରେ ରୋଗୀଙ୍କ ନାମ ପଞ୍ଜିକରଣ କରାଯାଇ ଚିକିତ୍ସା ଦିଆଯାଇଛି ।
ଟ୍ରଷ୍ଟ ପକ୍ଷରୁ ରାଜ୍ୟର ଦୂର୍ଗମ, ଅନୁନ୍ନତ, ଆଦିବାସୀ ଅଧ୍ୟୁଷିତ ଏବଂ ବିଶେଷ କରି ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସହଜରେ ପହଞ୍ଚି ପାରୁ ନଥିବା ଅଞ୍ଚଳରେ ମୁଖ୍ୟତଃ ଏହି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର କରାଯାଇ ଆସିଛି । ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏପରିକି ବୟସ୍କ ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଶିବିର ମଧ୍ୟ କରାଯାଇଛି । ଟ୍ରଷ୍ଟ ତା’ର ରୋଗୀ ସେବା ମାଗଣାରେ ଯୋଗାଇବା ଲକ୍ଷ୍ୟରୁ କେବେ ହଟି ନାହିଁ । ଦୁର୍ଗମ ଅଞ୍ଚଳରେ ଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କ ଯେଉଁ ଅଭାବ ସାଧାରଣତଃ ପରିଲକ୍ଷିତ ହୋଇଥାଏ ତାହାକୁ ଟ୍ରଷ୍ଟ ପୂରଣ କରିବାକୁ ଉଦ୍ୟମ କରିଥାଏ । କଟକ ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ର ଯେଉଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଦେଖା କରିବା ପାଇଁ ଘଣ୍ଟା ଘଣ୍ଟା ବା ଦିନ ଦିନ ଲାଗି ଯାଇଥାଏ ସେହିଭଳି ଡାକ୍ତରମାନଙ୍କୁ ନେଇ ଦୂର୍ଗମ ଅଞ୍ଚଳରେ ଲୋକଙ୍କ ଦ୍ୱାରଦେଶରେ ଟ୍ରଷ୍ଟ ପହଞ୍ଚାଇ ମାଗଣା ସେବା ଓ ଔଷଧ ଯୋଗାଇଥାଏ । ୨୦୦୪ରେ ଆରମ୍ଭ ହୋଇଥିବା ଚିତ୍ତଜ୍ଞାନି ଚାରିଟେବୁଲ୍ ଟ୍ରଷ୍ଟ ଲଗାତାର ଭାବରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାଇ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ଆସୁଛି । ଖପ୍ରାଖୋଲ ଠାରେ ଏହାର ୫୦ତମ ଶିବିର ଅନୁଷ୍ଠିତ ହୋଇଛି ।
ଏହି ଶିବିରରେ ଡାକ୍ତର….
Sl. No Doctor Name Department
1 Dr. Ajay Kumar Patna Urology
2 Dr. Anup Mohapatra Neurosurgery
3 Dr. Arakhita Swain Pediatric
4 Dr. Bibhuti Nayak Surgery
5 Dr. Biswajit Das Cardiology
6 Dr. Biswaranjan Mohanty Nephrology
7 Dr. Datteswar Hota Urology
8 Dr. Debasis Behera Sambalpur O&G
9 Dr. Debasis Mahali Nephrology
10 Dr. Deepak Samal General Physician
11 Dr. Gaurab Sharma Dental
12 Dr. Harprit Singh TATA Urology
13 Dr. J Kishore Medicine
14 Dr. Jayant Kumar Dash Dental
15 Dr. Jeeban Jyoti Mishra Urology
16 Dr. Jijnayugajita Panda General Physician
17 Dr. K. Bhatta Mishra TATA Medicine
18 Dr. Kamlit Verma Dental
19 Dr. L K Mohanty Pulmonary Medicine
20 Dr. Lingaraj Pradhan Pediatric
21 Dr. Manoranjan Behera Medicine
22 Dr. Manoranjan Dash Pulmonary Medicine
23 Dr. Nanda Kishore Padhi Eye
24 Dr. Narayan Prasad Modi Pediatric
25 Dr. Nayan Patel Cardiology
26 Dr. Ojaswini Patel O&G
27 Dr. Prasant Barik Pediatric
28 Dr. Prasant Kumar Das Medicine
29 Dr. Prasant Mishra ENT
30 Dr. Prasant Parida Gastrology
31 Dr. Prasant Pattnaik Mumbai Urology
32 Dr. Prasenjit Mohanty Skin
33 Dr. Prem Kumar
34 Dr. Pyarilal Tripathy O&G
35 Dr. Rabindra Sabnish Nadiad Urology
36 Dr. Ramnath Mishra Immunology
37 Dr. Sarada Swain Psychiatry
38 Dr. Sarat Das O&G
39 Dr. Satya Routray Cardiology
40 Dr. Siddhanta Kar Medicine
41 Dr. Siddharth Das Eye
42 Dr. Siddharth Mohanty, BBSR Orthopedics
43 Dr. Sobha Meher Pediatric
44 Dr. Subrat Kumar Behera ENT
45 Dr. Sudhansu Sekhar Mishra Neurosurgery
46 Dr. Sujata Pujari Pathology
47 Dr. Sujit Brahma ENT
48 Dr. Prasant Kumar Das Skin
49 Dr. Prasant Mishra Urology
50 Dr. Prasant Parida Physiotherapy
51 Dr. Prasant Pattnaik Mumbai Orthopedics
52 Dr. Prasenjit Mohanty Speech & Hearing
53 Dr. Prem Kumar Surgery