ଭୁବନେଶ୍ୱର: ଏକ ଲାଗି ଟ୍ରକଟି ଜଳି ଯାଇଛି। ଖବର ପାଇ ରାଜପଥ ପେଟ୍ରୋଲିଂ ଅଧିକାରୀ ଏବଂ ଗଞ୍ଜାମ ଥାନା ପୁଲିସ ପହଞ୍ଚିଥିଲେ। ଏନେଇ ପୁଲିସ ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କୁ ଫୋନ କରି ସବୁ କଥାର ଖବର ପାଇଥିଲେ । ଘଟଣା ସ୍ଥଳରେ ଛତ୍ରପୁର ଦମକଳ ବାହିନୀ ଓ ଗ୍ରାସୀମ କମ୍ପାନୀର ଦମକଳ ଗାଡି ଆସି ମିଳିତ ଭାବେ ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗି ଗାଡି ଜଳୁ ଥିବା ବେଳେ ୧୬ ଟି ଚକ ଫାଟି ଶବ୍ଦ ହୋଇଥିଲା । ଜଳିଯାଇ ଥିବା ଗାଡିଟି କେନ୍ଦୁଝରରୁ ଗୋପାଳପୁର ଅଭିମୁଖେ ଆଇରନ ପଥର ନେଇ ଯାଉଥିବା ବେଳେ ଗଞ୍ଜାମ ଶନିମନ୍ଦିର ନିକଟରେ ନିଆଁ ଲାଗିଯାଇଥିଲା । ଚାଳକ ଗୋବିନ୍ଦ ମହନ୍ତ ଏବଂ ହେଲପର କିରନ ଅଳ୍ପେକେ ବର୍ତ୍ତୀ ଯାଇଥିବା ଜଣା ପଡିଛି ।