ନୂଆଦିଲ୍ଲୀ: ବିଜେପି ବିଧାୟକ ଦଳର ଦିଲ୍ଲୀ ଗସ୍ତ ଚର୍ଚ୍ଚାକୁ କଂଗ୍ରେସର ଟାର୍ଗେଟ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମାଲୋଚନା । କହିଲେ ବିଜେପି ଓ ବିଜେଡି ଏକ୍, ଯେତେ ଦିଲ୍ଲୀ ଗଲେ ବି କେନ୍ଦ୍ର ଶୁଣିିବନି ବୋଲି କହିଲେ ଶରତ । ନା ଇଡି ଆସିବ ନା ସିବିଆଇ, ଏମାନେ ଦୁଇ ଜଣ ଭାଇଭାଇ । ଉପରେ ବୁଝାମଣା ହୋଇଛି, ଓଡ଼ିଶାବାସୀ ଜାଣି ସାରିଲେଣି । ଲୋକଙ୍କୁ ଭୁଆଁ ବୁଲାଇବାକୁ ଦିଲ୍ଲୀଯାଉଛନ୍ତି ବୋଲି କହିଲେ ଶରତ । ଚିଟଫଣ୍ଡ, ଖଣି ଦୁର୍ନୀତିରେ ସିବିଆଇ କଣ କରିଛି ବୋଲି ପ୍ରଶ୍ନ କରିଛନ୍ତି ଶରତ ।