37.1 C
Bhubaneswar
Friday, May 17, 2024
Homeଓଡିଶାଯୁବକଙ୍କ ପିଠିରେ ପଶିଲା ଗଛ ଡାଳ

ଯୁବକଙ୍କ ପିଠିରେ ପଶିଲା ଗଛ ଡାଳ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବଇଦାଖଡ଼ି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ସୁବାସ ମାରାଣ୍ଡି ଏବଂ ତାଙ୍କ ସାଥୀ କୁଅଁର ସୋରେନ ଗ୍ରାମରେ ଥିବା ଏକ ଗଛ ଉପରେ ବସାବାନ୍ଧି ଥିବା ଚଢେଇ ଧରିବାକୁ ଯାଇଥିଲେ । ଚଢେଇ ଧରିବା ନିମନ୍ତେ ଉଭୟ ଗଛ ଉପରକୁ ଉଠିଥିଲେ, ହେଲେ ହଠାତ ଗଛ ଡାଳ ଭାଙ୍ଗିବାରୁ ଉଭୟ ତଳେ ପଡିଯାଇଥିଲେ । ତଳେ ପଡିବା ସମୟରେ ସୁବାସଙ୍କ ପିଠିରେ ଗଛର ଅନ୍ୟ ଏକ ଡ଼ାଳ ପଶି ଯାଇଥିଲା ଯାହାକି ଉକ୍ତ ଡ଼ାଳ ମଧ୍ୟ ଭାଙ୍ଗିଯାଇଥିଲା । ଡ଼ାଳ ଭାଙ୍ଗିବାର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତଳେ ପଡିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସୁବାସଙ୍କ ପିଠିରେ ଗଳି ଯାଇଥିବା ଡାଳର କିଛି ଅଂଶ କାଟିବା ପରେ ଡ଼ାଳ ସହିତ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ପିଠିରେ ପଶିଥିବା ଗଛ ଡ଼ାଳ ଛାତି ଆଡ଼େ ବାହାରିଛି, ତେଣୁ ପ୍ରାଥମିକ ଚିକିତ୍ସା ପରେ ସୁବାସଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ସୁବାସଙ୍କ ସାଥୀ ଏବେ ଆହତ ହୋଇ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking