କରଞ୍ଜିଆ: ଯାହାକୁ ମନ ଦେଇଥିଲା, ତାକୁ ହିଁ ନିଜର କରିବାକୁ ସ୍ୱପ୍ନ ଦେଖୁଥିଲା। ହେଲେ କଣ୍ଟା ସାଜିଲା ପ୍ରେମିକାର ପରିବାର । ଉଭୟଙ୍କ ମିଳନ ଏ ଜନ୍ମରେ ସମ୍ଭବ ନୁହେଁ ବୋଲି ରୋକଠୋକ ଶୁଣାଇଦେଲେ। ତେଣୁ ଏପରି ଜୀବନ ରଖି କ’ଣ ଲାଭ ଭାବି ପ୍ରେମିକା ଦୁଆର ଆଗରେ ବିଷ ପିଇ ଜୀବନ ହାରିଲା ପ୍ରେମିକ। ଏପରି ହୃଦୟସ୍ପର୍ଶୀ ଘଟଣା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଗତକାଲି ଘଟିଛି।
ଝାଡ଼ଖଣ୍ଡ ରାଜ୍ୟର ବହଳାଗୁଡା ଅଞ୍ଚଳର ୨୦ ବର୍ଷୀୟ ସାହିଲ ନାମକ ଜୈନେକ ଯୁବକ କରଞ୍ଜିଆ ଅଞ୍ଚଳର ଜଣେ ୧୮ ବର୍ଷୀୟା ମୁସଲିମ୍ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରାୟ ୪ ମାସ ତଳେ ଏକ ବିବାହ ଉତ୍ସବରେ ଦେଖା ସାକ୍ଷାତ ବେଳେ ଉଭୟ ମନ ଦିଆନିଅ ହୋଇଥିଲେ। ଯୁବତୀଙ୍କ ପରିବାର ପ୍ରାୟ ୫ ଦିନ ପୂର୍ବରୁ ଏହି ଘଟଣା ଜାଣିଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଥିଲେ। ଏପରିକି ତାଙ୍କ ଫୋନ୍ ପରିବାର ଲୋକେ ରଖି ଦେଇଥିବାରୁ ସାହିଲ ତାଙ୍କ ସହ ଯୋଗାଯୋଗ କରିପାରି ନ ଥିଲେ।