ଭୁବନେଶ୍ୱର: ଭରତପୁର ଥାନା ସାମ୍ନାରେ ଠିଆ ହୋଇଥାଏ ଗୋଟିଏ ମୋ ବସ୍ । ଆଉ ଥାନା ଭିତରେ ମହିଳା ପୁରୁଷ ସମସ୍ତଙ୍କ ଭିଡ଼ ଜମିଥାଏ । ସବୁ ମହିଳା ମାନଙ୍କୁ ଜଣେ ମହିଳା ଚେକିଙ୍ଗ କରୁଥାନ୍ତି । ଏଭଳି ଦୃଶ୍ୟ ଦେଖିବା ପାଇଁ ଭାରି ଗହଳି ଲାଗିଥାଏ । ସବୁ ମହିଳା ମାନଙ୍କର ଗୋଡ଼ରୁ ମୁଣ୍ଡ ଯାଏ ଚେକିଙ୍ଗ ହେଉଥାଏ । ଜଣ ଜଣଙ୍କୁ ଚେକିଙ୍ଗ କରି ବାହାରକୁ ଛଡାଯାଉଥାଏ । ଏସବୁ ଘଟଣା କଣ ଘଟିଛି? କାହିଁକି ଏମିତି ଭିଡ଼ ? କଣ ପାଇଁ ଚେକିଙ୍ଗ ଚାଲିଛି ? ଏ ସବୁ ପ୍ରଶ୍ନର ଉତ୍ତର ଖୋଜୁ ଖୋଜୁ ।ଏହି ସମୟରେ ଜଣେ ମହିଳାଙ୍କ ଉପରେ ନଜର ପଡିଲା । ମହିଳାଙ୍କୁ ଜଣେ ଦୁଇ ଜଣ ମହିଳା ବସି ବୁଝାଉଥାନ୍ତି । ମହିଳା ଜଣଙ୍କ ଭାରି ଅସ୍ତବ୍ୟସ୍ତ ହୋଇପଡୁଥାନ୍ତି । ମନରେ ଦୁଃଖ କୋହ ଭରି କଥାବାର୍ତ୍ତା କରୁଥାନ୍ତି ।
ଏପଟେ ମହିଳା ଜଣଙ୍କ ନିଜ ସ୍ୱାସ୍ଥ୍ୟ ଭଲ ନଥିବାରୁ ଏକ ଘରୋଇ ଡାକ୍ତର ଖାନା ଆସିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ କିଣି ଘରକୁ ଫେରୁ ଥିଲେ ମୋ ବସରେ।ହସ୍ପିଟାଲ ଛକରୁ ଷ୍ଟୁଡ଼ିଓ ଭିତରେ କେଉଁଠି ଏହି ସମୟରେ କିଏ ଚୋର କରି ନେଇଯାଇଛି ତାଙ୍କ ବ୍ୟାଗ ରୁ ଟଙ୍କା ପଇସା ସୁନା ଗହଣା । ଏନେଇ ଜମିଛି ଏସବୁ ଭିଡ଼। ତେବେ ଆଗରୁ ଅନେକ ଥର ମୋ ବସ ରୁ ଚୋରି ଘଟାନା ସାମ୍ନାକୁ ଆସିଛି । ତେବେ ଭରତପପୁର ଥାନା ଅଂଚଳରେ ଚୋରି ,ଛିନତାଇ, ରାହାଜାନି ଏତେ ମାତ୍ରାରେ ବଢୁଛି ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି । ଦିନ ଦ୍ୱିପ୍ରହରରେ ଏସବୁ ଘଟଣା ଭରତପୁର ଥାନା ଅଞ୍ଚଳରେ ସାଧାରଣ ଘଟଣା ପାଲଟିଲାଣି । ପୋଲିସର କେବେ ଆଖିଖୋଲିବ ତାକୁ ହିଁ ଦେଖିବାକୁ ଜନସାଧାରଣ ଅପେକ୍ଷା କରିଛନ୍ତି ।