27.1 C
Bhubaneswar
Friday, September 20, 2024
Homeଦେଶ ବିଦେଶସ୍କୁଲ ଡେସ୍କରେ ଜୟ ଶ୍ରୀରାମ ଲେଖି ଦଣ୍ଡ ପାଇଲେ ଛାତ୍ର

ସ୍କୁଲ ଡେସ୍କରେ ଜୟ ଶ୍ରୀରାମ ଲେଖି ଦଣ୍ଡ ପାଇଲେ ଛାତ୍ର

ନୂଆଦିଲ୍ଲୀ: ଟେବୁଲରେ ଜୟ ଶ୍ରୀରାମ ଲେଖିବାରୁ ମିଳିଲା ଦଣ୍ଡ । ଜଣେ ଛାତ୍ର ପାଠ ପଢ଼ା ସମୟରେ ଟେବୁଲରେ ଜୟ ଶ୍ରୀରାମ ଲେଖିବାରୁ ତାଙ୍କୁ ଶିକ୍ଷୟିତ୍ରୀଙ୍କ ଠାରୁ ଦଣ୍ଡ ମିଳିଛି । ଦର୍ଶକ ବନ୍ଧୁ କଥାଟା ଆପଣଙ୍କୁ ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ । ଏଭଳି ଏକ ଅଭାବନୀୟ ଘଟଣା ଗାଜିଆବାଦର ଗୋବିନ୍ଦପୁରସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଯାଇଛି । ସ୍କୁଲର ଜଣେ ଶିକ୍ଷୟିତ୍ରୀ ମନୀଷା ମ୍ୟାସୀଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ।

ସେ ଜଣେ ଛାତ୍ରଙ୍କ ମୁହଁରେ ଫ୍ଲୁଇଡ ଲଗାଇ ତାଙ୍କୁ ଶ୍ରେଣୀ ଗୃହରେ ବସାଇଥିଲେ । ତେବେ ଛାତ୍ର ଜଣଙ୍କ ନିଜ ଟେବୁଲରେ ଜୟ ଶ୍ରୀରାମ ଲେଖିଥିବାରୁ ଶିକ୍ଷୟିତ୍ରୀ ଜଣଙ୍କ ଏଭଳି କାଣ୍ଡ କରିଛନ୍ତି । ଘଟଣା ବିଷୟରେ ଜଣା ପଡ଼ିବା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିକା ଜୋସେଫ ଉକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରିଛନ୍ତି । ମନୀଷା କ୍ଷମା ମାଗିବା ପାଇଁ ଦରଖାସ୍ତ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ଲେଖାଯାଇଛି ସେ ଆଉ ଏପରି ଭୁଲ କରିବେ ନାହିଁ ।

ଏହି ଘଟଣା ଗତ ସୋମବାର ଘଟିଥିବା ଜଣାପଡ଼ିଛି । ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ନିଜ ଘରେ ପହଞ୍ଚିବା ପରେ ଘର ଲୋକ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଥିଲେ । ଘର ଲୋକଙ୍କ କହିବା ଅନୁସାରେ ଛାତ୍ରଟି ପାଠ ପଢ଼ିବା ସମୟରେ ନିଜ ଟେବୁଲରେ ଜୟ ଶ୍ରୀ ରାମ ଲେଖିଥିଲେ । ଶିକ୍ଷୟିତ୍ରୀ ମନୀଷା ଛାତ୍ରଙ୍କୁ ଟେବୁଲରେ କିଛି ଲେଖୁଥିବାର ଦେଖିଥିଲେ ଏବଂ ଛାତ୍ର ନିକଟରେ ପହଞ୍ଚିଥିଲେ ପରେ ଟେବୁଲରେ ଜୟ ଶ୍ରୀରାମ ଲେଖିଥିବା ଦେଖି ଛାତ୍ରଙ୍କ ମୁହଁ, ନାକ, ମୁଣ୍ଡରେ ଫ୍ଲୁଇଡ ବା ହ୍ଵାଇଟନର ଲଗାଇଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଛାତ୍ରଙ୍କୁ ସେମିତି ବସାଇ ରଖିଥିଲେ ଶିକ୍ଷୟତ୍ରୀ । ଛୁଟି ହେବା ପରେ ମନୀଷା ଥିନର ସାହାଯ୍ୟରେ ଫ୍ଲୁଇଡକୁ ସଫା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking