34.1 C
Bhubaneswar
Friday, September 20, 2024
Homeଓଡିଶାଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ନେଇ ଫୁଟିଲା ଗୁଳି, ଯୁବକ ଗୁରୁତର

ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ନେଇ ଫୁଟିଲା ଗୁଳି, ଯୁବକ ଗୁରୁତର

ରାଉରକେଲା: ଗୋଷ୍ଠୀ ବିବାଦକୁ ନେଇ ଫୁଟିଲା ଗୁଳି । ରାଉରକେଲା ବିଶ୍ରା ଆଇଆଇଟି ମହଲା ପଞ୍ଚାୟତ ନିକଟରେ ଗୁଳିମାଡ଼ ହୋଇଛି । ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦକୁ ନେଇ ଫୁଟିଲା ଗୁଳି ।

ଏଥିରେ ମହମ୍ମଦ ଇରଫାନ୍ ରାଜାର ଡାହାଣ ଛାତିରେ ବାଜିଛି ଗୁଳି । ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ପ୍ରଥମେ ରାଉରକେଲା ସରକାରୀ ହସ୍ପିଟାଲ ପରେ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳି ଚଳାଇଥିବା ଦୁଇ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବିଶ୍ରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁଯାୟୀ ରାଜା ନିଜ ଘର ଆଗରେ ଛିଡା ହୋଇଥିବାବେଳେ ହଠାତ ଦୁଇ ଜଣ ଯୁବକ ବାଇକରେ ଆସି କୌଣସି କଥାକୁ ନେଇ ରାଜାଙ୍କ ସହ ପାଟୁତୁଣ୍ଡ କରିଥିଲେ। ଏହାପରେ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking