33.1 C
Bhubaneswar
Saturday, May 11, 2024
Homeଅପରାଧସାମ୍ବାଦିକ ଖୋଳପା ଭିତରେ କାମୁକ ଯୁବକ

ସାମ୍ବାଦିକ ଖୋଳପା ଭିତରେ କାମୁକ ଯୁବକ

ମୟୂରଭଞ୍ଜ : ସୁନ୍ଦରୀ ସ୍ତ୍ରୀ ହେଉକି ଯୁବତୀଙ୍କୁ ଦେଖିଲେ କୁଆଡେ ଏହି ଯୁବକର ଆଗେ ପଡ଼ିଥାଏ ପାପ ନଜର ବୋଲି ଆଲୋଚନା ହେଉଛି। କୌଣସି ମୋତେ ପଟେଇ ଉପଭୋଗ କରିବା ପାଇଁ କାମ ଲାଳସା ମନରେ ପୁରି ରହିଛି ଏହି ରମିଓ ଯୁବକର। ଗୋଟିଏ ନୁହଁ କି ଦୁଇଟା ନୁହଁ ୩ ତିନୋଟି ଝିଅର ଜୀବନ ବରବାଦ୍ କରିଛି ଏହି କାମୁକ ଯୁବକ। ନିଜର କାମ ବାସନାକୁ ଚତୁରତାର ସହ ମେଣ୍ଟାଇ ଚାଲୁଥିଲେ ଏହି କାମୁକ ଯୁବକ କିନ୍ତୁ ଏବେ ପଡିଛନ୍ତି ହରଡଘଣାରେ। ହଁ ଆଜ୍ଞା ଆମେ କହୁଛୁ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମର ଉତ୍କଳ କେଶରୀ ପାଲଙ୍କ କଥା। ସୁନ୍ଦରୀ ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଏହି କାମୁକ ଯୁବକ ବିବାହର ପ୍ରତିଶୃତି ଦେବା ସହ ଶାରିରୀକ ସମ୍ବନ୍ଧ ରଖେ ଆଉ ଅତି ଚତୁରତାର ସହ ସେହି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ କରି ବ୍ଲାକ୍ ମେଲିଙ୍ଗ୍ କରୁଥାଏ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି।

ଆଉ ଏହାକୁ ଦେଖାଇ ବାରମ୍ବାର ଶାରିରୀକ ସମ୍ବନ୍ଧ ପାଇଁ ବାଧ୍ୟ କରେ। ଏବଂ ପରେ ମୋଟା ଅଙ୍କରେ ଟଙ୍କା ଦାବି କରେ।ଟଙ୍କା ନ ଦେଲେ କି ଆଉ କଥା ନ ମାନିଲେ ମାଡ଼ମାରି ମାରଣାସ୍ତ୍ର ଦେଖାଇ ସବୁ ଲୁଟି ନିଅନ୍ତି ଏହି ଅସାମାଜିକ ଯୁବକ ବୋଲି ଏବେ ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି। ତେବେ ସୂଚନା ମୁତାବକ ନଳଗଜା ଗ୍ରାମର ବସନ୍ତ ପାଲଙ୍କ ପୁଅ ଉତ୍କଳ କେଶରୀ ପାଲ ଏକ କମ୍ ବୟସର ବିଧବା ହୋଇଥିବା ସ୍ତ୍ରୀ କୁ ଗତ ୨୬ ତାରିଖରେ ବିଚ୍ ରାସ୍ତା ଉପରେ ମାରଧର କରିବା ସହ ମୋବାଇଲ୍ କଚାଡି ଭାଙ୍ଗି ଦେଇଥିଲେ।

ତେବେ ପ୍ରକାଶଯୋଗ୍ୟ ଯେ କୌଣସି ଜରୁରୀ କାର୍ଯ୍ୟ ସାରି ବସ ଯୋଗେ ଘରକୁ ଫେରିବା ବେଳେ ଯୁବକ ଜଣକ ମହିଳାର ପିଛା କରିଥିଲେ। ତେବେ ବାଲେଶ୍ବର ଜିଲ୍ଳା ବସ୍ତା ବ୍ଲକ ଅନ୍ତର୍ଗତ ଅମରଦା ରୋଡ଼ ଇନ୍ଦିରା ଛକ ନିକଟରେ ବସରୁ ଓହ୍ଲେଇ ଚାଲିଚାଲି ଘରକୁ ଫେରିବା ବାଟରେ ହଠାତ୍ ଯୁବକ ଜଣକ ବଳ ପୂର୍ବକ ଉଠାଇ ନେଇ ରାଜଘାଟ ଷ୍ଟେସନ ପାଖରେ ମାଡମାରି ବେକରେ ଥିବା ସୁନାଚେନ୍ ସମେତ ନଗଦ ୫ ହଜାର ଟଙ୍କା ଲୁଟିବା ସହ ବ୍ୟବହୃତ ୨ ଟି Android ମୋବାଇଲକୁ କଚାଡି ଭାଙ୍ଗି ଦେଇଥିଲେ ବୋଲି ଥାନାରେ ହୋଇଥିବା ଲିଖିତ ଅଭିଯୋଗରୁ ଜଣାପଡିଛି।ପୂର୍ବରୁ ଉତ୍କଳକେଶରୀ ପାଲ ଏହି ବିଧବା ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଏବଂ ନିଜର ଦୋଷ ଦୁର୍ବଳତାକୁ ଲୁଚାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ନିର୍ଯ୍ୟାତନା ଦେବା ଓ ତା’ର ନାବାଳକ ପୁତ୍ରକୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା ଏବଂ ବାଟଘାଟରେ ବିଧବା ମହିଳା ଜଣଙ୍କୁ ବାରମ୍ବାର ହଇରାଣ ହରକତ କରୁଥିଲେ ବୋଲି ଅଭିଯୋଗ ହୋଇଛି। ତେଣୁ ଯୁବକଙ୍କ ବିରୋଧରେ ପୀଡ଼ିତା ମହିଳା ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।

ଏଭଳି ସାଙ୍ଗାଘାତିକ ବ୍ଲାକମେଲିଂ ସହ ନିର୍ଯ୍ୟାତନା ନେଇ ଥାନାରେ ଅଭିଯୋଗ ସତ୍ତ୍ୱେ ପୋଲିସ ୧୦ ଦିନଧରି ମାମଲା ରୁଜୁ ନ କରି ବିଧବାଙ୍କୁ ବସ୍ତା ଥାନାରେ କେଶ କରିବାକୁ ପରାମର୍ଶ ଦେଇ କହିଥିଲେ। ତେବେ ମହିଳାଜଣଙ୍କ ମୟୂରଭଞ୍ଜ ଏସ୍ ପି ଙ୍କୁ ଅବଗତ ପରେ ରାସଗୋବିନ୍ଦପୁର ପୋଲିସ ମହିଳା ଦେଇଥିବା FIR କୁ କୌଶଳ କ୍ରମେ ବଦଳ କରାଇ ଘଟଣାଟିକୁ ଦୁର୍ବଳ କରିଦେଇଛନ୍ତି ବୋଲି ପୀଡ଼ିତା ଜଣଙ୍କ ଅଭିଯୋଗ କରି କହିଛନ୍ତି। ଏବଂ ସହଜରେ ଖସିଯିବା ଭଳି ମାମଲା ରୁଜୁ କରି ଚୁପ୍ ବସିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ଯୁବକଙ୍କ ନାମରେ ଏକାଧିକ ମାମଲା ରହିଥିବା ଜଣାପଡିଛି। ତଥାପି ରାସଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ଉତ୍କଳକୁ ଗିରଫ ନ କରି ଘଣ୍ଟ ଘୋଡାଇ ରଖିବା ପଛରେ କି ରହସ୍ୟ ରହିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଅସହାୟା ଅବଳା ଦୁର୍ବଳା ମହିଳାଙ୍କୁ ପ୍ରଭାବିତ କରି ତାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା ସମୟର ଭିଡିଓ ରେକର୍ଡ କରି ପ୍ରତାରଣା କରିବା ପଛରେ କି ରହସ୍ୟ ରହିଛି ତାହା ତଦନ୍ତ ସାପେକ୍ଷ। ସେହିପରି ନିରୁପାୟ ମହିଳାଙ୍କ ଚରିତ୍ର ସହ ଖେଳଖେଳି ତାଙ୍କୁ ବ୍ଲାକମେଲିଂ କରି ତାଙ୍କୁ ଆର୍ଥିକ ଓ ଶାରୀରିକ ନିର୍ଯ୍ୟାତନା ଦେବା କେତେଦୂର ଆଇନ ସମ୍ମତ। ଏହା ସତ୍ତ୍ୱେ ପୋଲିସ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ବଦଳରେ କୌଣସି ବାହାନାରେ ପ୍ରତାରକକୁ ସହଯୋଗ କରି ପିଡ଼ିତାଙ୍କୁ ହତାଶ ଏବଂ ନିରାଶ କରି ଆଇନକୁ ଉପହାସିତ କରିବା ପଛରେ କଣ ରହିଛି ରହସ୍ୟ ତାହା ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏଭଳି ଏକ ସ୍ପର୍ଶକାତର ଘଟଣାକୁ ବିଭାଗ ନଜରଆନ୍ଦାଜ୍ କଲେ ସାଧାରଣରେ ବିଭାଗର ଗ୍ରହଣୀୟତା ଏବଂ ନିରପେକ୍ଷତା ପ୍ରତି ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି କରିବା ବିଚିତ୍ର ନୁହେଁ ବୋଲି ଆଲୋଚନା ହେଉଛି। ତେବେ ବିଭାଗୀୟ ଉଚ୍ଚ କତ୍ତ୍ରୁପକ୍ଷଙ୍କ ପଦକ୍ଷେପ ଆଗକୁ କଣ ରହୁଛି ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking