ପର୍ତ୍ତୃଗାଲ୍: ଦୀର୍ଘ ୧୮୧ ବର୍ଷରୁ ଅଧିକ ଦିନ ହେବ ଜାର୍ ଭିତରେ ସୁରକ୍ଷିତ ଭାବେ ରଖାଯାଇଛି ମଣିଷ ମୁଣ୍ଡ । ଯିଏକି ୭୦ରୁ ଅଧିକ ନିରୀହ ଲୋକଙ୍କ ହତ୍ୟା କରି ଭୟର ବାତାବରଣ ସୃଷ୍ଟି କରିଥିଲେ । ପର୍ତ୍ତୃଗାଲ୍ର ରାଜଧାନୀ ଲିସ୍ବନ୍ରେ ଏହି ବ୍ୟକ୍ତିଙ୍କ ମୁଣ୍ଡକୁ ୧୮୧ ବର୍ଷ ହେବ ଏମିତି ସାଇତି ରଖାଯାଇଛି, ଯେ କେହି ବି ଏହା ଦେଖିଲେ ବିଶ୍ୱାସ କରିପାରିବେନି । ପର୍ତ୍ତୃଗାଲ୍ରେ ଏହି ସିରିଏଲ୍ କିଲରକୁ ତା’ର ଘୃଣ୍ୟ କାମ ପାଇଁ ଫାଶୀ ଦଣ୍ଡାଦେଶ ମିଳିଥିଲା । ଏହି ଘଟଣା ପରେ ପର୍ତ୍ତୃଗାଲ୍ରେ ଆଉ କାହାକୁ ଫାଶୀ ଦଣ୍ଡାଦେଶ ଦିଆଯାଇ ନାହିଁ । ଏହି ସିରିଏଲ୍ କିଲର ନାଁ- ଡିଓଗୋ ଆଲ୍ଭେସ୍ । ୧୮୧୯ ମସିହାରେ ସ୍ପେନ୍ର ଗେସୋଲିଆ ସହରରେ ସେ ଜନ୍ମଗ୍ରହଣ କରିଥିଲା । ଯୁବାବସ୍ଥାରେ କାମ ପାଇଁ ସେ ପର୍ତ୍ତୃଗାଲ୍ର ରାଜଧାନୀ ଲିସ୍ବନ୍ରେ ଆସି ପହଞ୍ଚିଥିଲା । ଏଠାରେ ସେ ଚାକିରି ଖୋଜି ଥିଲା, ହେଲେ ତାକୁ କୌଣସି ଚାକିରି ମିଳିନଥିଲା ।
ଚାକିରି ନ ମିଳିବାରୁ ତା’ ମୁଣ୍ଡରେ ବହୁତ କିଛି ଜିନିଷ ଷ୍ଟ୍ରାଇକ୍ କରିଥିଲା । ଯେପରିକି ଛୋଟବଡ଼ ଅପରାଧ କରି ଯେଭଳି ଭାବେ ଲୋକମାନେ ଅର୍ଥ ଉପାର୍ଜନ କରୁଛନ୍ତି, ଏଭଳି କରି ଟଙ୍କା କମାଇବା ପାଇଁ ସେ ଚିନ୍ତା କରିଥିଲା । ଏହାପରେ ସେ ଲୁଟ୍ପାଟ୍ ଆରମ୍ଭ କରିଥିଲା । ବିଶେଷ କରି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଯାଇ ସେ ଲୁଟ୍ପାଟ୍ କରୁଥିଲା । ଏସବୁ ଭିତରେ ସହରରେ ଥିବା ୨୧୩ ଫୁଟ୍ ଉଚ୍ଚ ପୋଖରୀକୁ ସେ ଟାର୍ଗେଟ୍ କରିଥିଲେ । ଏକୁଟିଆ ସେଇ ରାସ୍ତା ଦେଇ ଯାଉଥିବା ଚାଷୀଙ୍କ ଠାରୁ ଲୁଟ୍ କରି ସେମାନଙ୍କୁ ହତ୍ୟା କରି ପୋଖରୀ ଭିତରକୁ ଡିଓଗୋ ଫିଙ୍ଗି ଦେଉଥିଲା । ହେଲେ କେହିବି ଏ ସମ୍ପର୍କରେ ଟେର ପାଉ ନଥିଲେ । କିଭଳି ଭାବେ ଚାଷୀମାନେ ଗାଏବ ହେଉଛନ୍ତି ଏବଂ ପରେ ପରେ ସେମାନଙ୍କ ମୃତଦେହ ମିଳୁଛି, ତାକୁ ନେଇ ପୋଲିସ୍ଠୁ ଆରମ୍ଭ କରି ସମସ୍ତଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।
ଯେତେବେଳେ ଧରପଗଡ଼ ଆରମ୍ଭ ହୋଇଥିଲା, ଧରାପଡ଼ିଯିବା ଭୟରେ ଡିଓଗୋ ୩ ବର୍ଷ ପର୍ଯ୍ୟନ୍ତ କୌଣସି ଅପରାଧ କରିନଥିଲା । ୩ ବର୍ଷ ପରେ ଡିଓଗୋ ଏକ ଗ୍ୟାଙ୍ଗ୍ କରିଥିଲା ଓ ଏହାପରେ ଅପରାଧର ତରିକା ବଦଳାଇବା ପାଇଁ ଯୋଜନା କରିଥିଲା । ଲିସ୍ବନ୍ ସହରରେ ଡିଓଗୋ ଓ ତାଙ୍କ ଗ୍ୟାଙ୍ଗ୍ଙ୍କ ଏମିତି ଲୁଟ୍ପାଟ୍ କରିଥିଲେ ଯେ, ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଏହାସହ ସେ ଅନେକ ଲୋକଙ୍କୁ ହତ୍ୟା ମଧ୍ୟ କରିଥିଲା । ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍ ଖୋଳତାଡ଼ କରିବା ପରେ ଗ୍ୟାଙ୍ଗ୍ର ୪-୫ ଜଣଙ୍କୁ ପୋଲିସ୍ ଧରିଥିଲା । ଏହାପରେ ଏହି କ୍ରାଇମ୍ ଗ୍ୟାଙ୍ଗର ସର୍ଦ୍ଦାର ଡିଓଗୋ ବୋଲି ଜଣାପଡ଼ିଥିଲା । ଶେଷରେ ପୋଲିସ୍ ଡିଓଗୋ ପାଖରେ ପହଞ୍ଚିଥିଲା । ପଚରାଉଚା ବେଳେ ସେ କରିଥିବା ସମସ୍ତ ଅପରାଧ ସ୍ୱୀକାର କରିଥିଲା ।