19.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ଜାତୀୟ ମାନବାଧିକାର କମିଶନ୍‌ଙ୍କ ରିପୋର୍ଟ ତଲବ

ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ଜାତୀୟ ମାନବାଧିକାର କମିଶନ୍‌ଙ୍କ ରିପୋର୍ଟ ତଲବ

ନୂଆଦିଲ୍ଲୀ:ରାଜସ୍ଥାନର ପ୍ରତାପଗଡ଼଼ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ଏବଂ ଉଲଗ୍ନ କରି ବୁଲାଇବା ଘଟଣାରେ ଜାତୀୟ ମାନବାଧିକାର କମିଶନ୍‌‌ ରାଜସ୍ଥାନ ସରକାରଙ୍କୁ ନୋଟିସ୍‌‌ ଜାରି କରିଛନ୍ତି। ଏହି ଘଟଣାରେ ଆସନ୍ତା ୪ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ବିବରଣୀ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ସହିତ ଏତଲା ପଞ୍ଜିକରଣ, ପୁଲିସ୍‌‌ ପଦକ୍ଷେପ ଓ ଗରିଫ୍‌‌ଦାରି ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ କୁହାଯାଇଛି। ସମ୍ପୃକ୍ତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତା ସମ୍ପର୍କରେ ମଧ୍ୟ ଜାତୀୟ ମାନବାଧିକାର କମିଶନ୍‌‌ ତଥ୍ୟ ମାଗିଛନ୍ତି। ଏହି ଘଟଣାରେ କମିଶନ୍‌‌ ନିଜ ଆଡ଼ୁ ରିପୋର୍ଟ ତଲବ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking