ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ୱୀପରେ ଶକ୍ତିଶାଳି ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂମିକମ୍ପର ତୀବ୍ରତା ୭.୩ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୂ ବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ତର୍ଜତୀୟ ଗଣମାଧ୍ୟମ ରୟଟର୍ସର ରିପୋର୍ଟ ଅନୁସାରେ ଭୂମିକମ୍ପ ଗଭୀରତା ୧୦ କିମି ରହିଥିଲା। ଏତେ କମ୍ ଗଭୀରରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବାରୁ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା ସୁନାମୀ ସିଷ୍ଟମ ଏହି ସତର୍କ ସୂଚନା ଜାରି କରିଛି।
ଗତ ମାସରେ ବି କେରମାଡେକି ଦ୍ୱୀପରେ ୭.୧ ତୀବ୍ରତାର ଭୂମିକମ୍ପ ହୋଇଥିଲା। ହେଲେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନଥିଲା। ଏହି ଭୂମିକମ୍ପରେ ବି ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଗତକାଲି ଇଣ୍ଡୋନେସିଆରେ ବି ଦୁଇଟି ଶକ୍ତିଶାଳି ଭୂମିକମ୍ପ ହୋଇଛି। ଗୋଟିଏରେ ତୀବ୍ରତା ୬.୧ ଥିବା ବେଳେ ଆଉ ଗୋଟିଏେ ତୀବ୍ରତା ୫.୬ ରହିଥିଲା। ଏଥିରେ ମଧ୍ୟ କାହାର କିଛି କ୍ଷତି ଘଟି ନଥିବା ସୂଚନା ମିଳିଛି।
ନିକଟରେ ତୁର୍କୀ ଓ ସିରିଆଇ ଶକ୍ତିଶାଳୀ ଭୂମିକମ୍ପ ହୋଇ ଦୁଇିଟ ଦେଶକୁ ଧ୍ୱଂଶ କରିଦେଇଥିଲେ। ଉଭୟ ଦେଶରେ ପାଖାପାଖଇ ୪୫ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ସଂଖ୍ୟାର ଘର ଭାଙ୍ଗିଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ବାସହରା ହୋଇଯାଇଥିଲେ।