26.1 C
Bhubaneswar
Thursday, September 19, 2024
Homeଓଡିଶାଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଘାଟ ଡଙ୍ଗା

ଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଘାଟ ଡଙ୍ଗା

ବ୍ରହ୍ମଗିରି: ଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଘାଟ ଡଙ୍ଗା । ଡଙ୍ଗାରେ ରହିଛନ୍ତି ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ ଓ ୧୫ ଟି ବାଇକ୍ । ମେସିନର ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଚିଲିକା ମଝିରେ ଯାତ୍ରୀବାହୀ ଡଙ୍ଗା ଫସି ରହିଥିବା ସୂଚନା ମିଳିଛି । ସକାଳ ୭ ଟାରୁ ସାତପଡ଼ାରୁ ଜହ୍ନିକୁଦା ଅଭିମେଖେ ଯାତ୍ରୀ ମାନଙ୍କୁ ନେଇ ଡଙ୍ଗା ଯାଉଥିବା ବେଳେ ଦୀର୍ଘ ୫ କିଲୋମିଟର ପରେ ଚିଲିକା ପାର କରିଥାନ୍ତା ଡଙ୍ଗା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି । ଯାତ୍ରୀବାହୀ ଡଙ୍ଗାକୁ ଉଦ୍ଧାର ପାଇଁ ଚିଲିକା ମଝିରେ ପହଞ୍ଚିଛି ଆଉ ଏକ ଡଙ୍ଗା ।

ସୂଚନା ଅନୁସାରେ ଅଗଷ୍ଟ ୪ରେ ମଧ୍ୟ ଚିଲିକା ମଝିରେ ଫଶିଥିଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା । ଡଙ୍ଗାରେ ରହିଥିଲେ ୪ ଜଣ ବନ ବିଭାଗ କର୍ମଚାରୀ । ୨ଘଣ୍ଟା ଧରି ଚିଲିକା ମଝିରେ ମେସିନର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଫସି ରହିଥିବା ଜଣାପଡିଥିଲା । ଚିଲିକାକୁ ଡଲଫିନ ପାଟ୍ରୋଲିଂ ପାଇଁ ଜହ୍ନିକୁଦା ଘାଟରୁ ସକାଳୁ ଡଙ୍ଗା ବାହାରିଥିଲା । କିନ୍ତୁ ଡଙ୍ଗାର ମେସିନ ଖରାପ ଯୋଗୁ ଅଟକି ରହିଥିଲା । ପୂର୍ବରୁ ଅନେକ ଥର ଏଭଳି ଘଟଣା ଘଟିଛି । ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବ ଦେଉ ନଥିବାରୁ ଚିଲିକାରେ ଯାତ୍ରୀଙ୍କ ଜୀବନ ବାଜିରେ ଲାଗୁଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking