26.1 C
Bhubaneswar
Friday, January 24, 2025
Homeଓଡିଶାରାଜଧାନୀରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ରାଜଧାନୀରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର:ରାଜଧାନୀର ପୁଣି ଅଲୋ଼ଡ଼ା ହୋଇଛି ଜଣେ ନବଜାତ ଶିଶୁ । ପେଟ କାଟି ଜମ୍ନ ଦେଇଥିବା ଶିଶୁପୁତ୍ରକୁ ଭୁଲିଯାଇଛି ସ୍ୱାର୍ଥପର ମା । ସ୍ନେହ ମମତାକୁ ଭୁଲି ଜଣେ ମହିଳା ଜଣଙ୍କ ଶିଶୁପୁତ୍ରକୁ ଜନ୍ମ ଦେବାର କିଛି ସମୟ ପରେ ରାସ୍ତା କଡ଼ରେ ଛାଡ଼ି ଚାଲିଯାଇଛନ୍ତି । ଶହୀଦନଗର ଥାନା ଅନ୍ତର୍ଗତ ଆଚ୍ଚାଯର୍‌ୟ ବିହାର ଛକରେ ବୁଧବାର ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଥିଲା । ତେବେ ଆଉ ଜଣେ ମହିଳା ସେହି ଶିଶୁପୁତ୍ରଙ୍କୁ ନେଇ ରଖିଥିବା ବେଳେ କମିଶନରେଟ ପୋଲିସ ତାଙ୍କ ପାଖରୁ ଶିଶୁକୁ ଉଦ୍ଧାର କରିଛି । ରେ ଭୁବନେଶ୍ୱର ଚାଇଲ୍ଡଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର ଶିଶୁପୁତ୍ରକୁ ନେଇ ଆଡିସନାଲ୍ ସିଡବ୍ଲ୍ୟୁସିଙ୍କ ପାଖରେ ହାଜର କରିଥିଲା ।

ତେବେ ସିଡବ୍ଲ୍ୟସିିଙ୍କ ନିର୍ଦ୍ଦେଶ ପରେ ଶିଶୁପୁତ୍ରକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଚାଇଲ୍ଡଲାଇନ ଅଧ୍ୟକ୍ଷ ବେଣୁଧର ସେନାପତି ସୂଚନା ଦେଇଛନ୍ତି । ସେପଟେ ଏହି ଘଟଣାକୁ ନେଇ ଚାଇଲ୍ଡଲାଇନ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ କରିଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ସୂଚନାଅନୁଯାୟା, ଜଣେ ମହିଳା ବୁଧବାର ଦିନ ପ୍ରାୟ ୧ଟାଏ ବେଳେ ଶିଶୁପୁତ୍ରକୁ ଆଣି ଆଚ୍ଚାଯର୍‌ୟ ବିହାର ରାସ୍ତାରେ ଛାଡ଼ି ଚାଲିଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଦେଖି ଏଡ଼ାଇ ଚାଲିଯାଇଥିଲେ । ପରେ ଆଖଣ୍ଡଳମଣୀ ବସ୍ତିର ରିତାଞ୍ଜଳୀ ମହାନ୍ତି ସେହି ସ୍ଥାନକୁ ଆସି ଶିଶୁପୁତ୍ରକୁ ନେଇଯାଇଥିଲେ । ଏନେଇ ସ୍ଥାନୀୟ ଲୋକ ଦେଖି ଚାଇଲ୍ଡଲାଇନ୍‌କୁ ଖବର ଦେଇଥିଲେ । ଚାଇଲ୍ଡଲାଇନ ଟିମ୍ ଏନେଇ ସ୍ଥାନୀୟ ପୋଲିସକୁ ଜଣାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking