28.1 C
Bhubaneswar
Sunday, May 25, 2025
Homeଅପରାଧରାସ୍ତାକଡ଼ରୁ ଏକ ବ୍ୟାଗ ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ରାସ୍ତାକଡ଼ରୁ ଏକ ବ୍ୟାଗ ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ସୁବର୍ଣ୍ଣପୁର: ନବଜାତ ଶିଶୁପୁତ୍ର ଉଦ୍ଧାର । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ଗାଁମୁଣ୍ଡ ରାସ୍ତାରୁ ଆଜି ସକାଳୁ ଏହି ନବଜାତ ଶିଶୁପୁତ୍ରଟି ଉଦ୍ଧାର ହୋଇଛି । ରାତିରେ ଜନ୍ମ ହୋଇଥିବା ଏହି ଶିଶୁପୁତ୍ରଟିକୁ କେହି ଏକ ବ୍ୟାଗରେ ପୁରାଇ ରାସ୍ତାକଡରେ ରଖି ଦେଇଥିବାବେଳେ ଗାଁର ଭାନୁମତି ବାଘ ଶିଶୁପତ୍ରଟିକୁ ଉଦ୍ଧାର କରିଛନ୍ତି ।

ଭାନୁମତି ବୀରମହାରାଜପୁରକୁ ବସଷ୍ଟାଣ୍ଡକୁ ଆସୁଥିବା ସମୟରେ ରାସ୍ତାକଡରେ ଏହି ଶିଶୁପୁତ୍ରଟିକୁ ଦେଖି ଉଦ୍ଧାର କରିବା ସହ ବୀରମହାରାଜପୁର ଡାକ୍ତରଖାନାକୁ ଆଣିଛନ୍ତି । ଶିଶୁପତ୍ରଟି ଜୀବିତ ଥିବାବେଳେ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking