30.1 C
Bhubaneswar
Wednesday, June 26, 2024
Homeଓଡିଶାପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା କଲା ମୁସଲମାନ ଡ୍ରାଇଭର

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା କଲା ମୁସଲମାନ ଡ୍ରାଇଭର

ଭୁବନେଶ୍ୱର:ପାକିସ୍ତାନରେ ଜଣେ ଖ୍ୟାତନାମା ଚର୍ମରୋଗ ବିଶେଷଜ୍ଞ ଡାକ୍ତରକୁ ହତ୍ୟା କଲା ଡ୍ରାଇଭର। ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ। ଏହି ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି।
ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଞ୍ଚଳର ଜଣେ ପ୍ରଖ୍ୟାତ ଚର୍ମରୋଗ ବିଶେଷଜ୍ଞ। ମଙ୍ଗଳବାର ତାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି। ତାଙ୍କ ଡ୍ରାଇଭର ହନିଫ ଲେଘାରୀ ଡାକ୍ତରଙ୍କ ଗଳା କାଟି ହତ୍ୟା କରିଛି। ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ୨୪ ଘଣ୍ଟାରେ ବୁଧବାର ପାକିସ୍ତାନ ପୁଲିସ ଅପରାଧିକୁ ଖଇରପୁରରେ ଥିବା ତା ଘରୁ ଗିରଫ କରିଛିଡାକ୍ତରଙ୍କ ରୋଷେୟାଙ୍କ ସୂଚନା ଅନୁସାରେ ଧରମ ଦେବ ରାଠୀ ଘରକୁ ଫେରୁଥିବା ବେଳେ ଡ୍ରାଇଭର ସାଙ୍ଗରେ ତାଙ୍କ ତର୍କବିତର୍କ ହୋଇଥିଲା। ଆଉ ଘରେ ପହଞ୍ଚିବା ପରେ ରୋଷେଇ ଘରୁ ଛୁରୀ ଆଣି ହନିଫ ଶ୍ରୀ ରାଠୀଙ୍କର ଗଳା କାଟି ହତ୍ୟା କରିଥିଲା। ପରେ କାର୍ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା। ଏହି ଘଟଣାରେ ପରେ ପାକିସ୍ତାନ ପୁଲିସ ୨୪ ଘଣ୍ଟାରେ ଅପରାଧିକୁ ଗରିଫ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking