19.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶମଦ୍ରାସାରେ ନାବାଳକ ଛାତ୍ରକୁ ନିର୍ମମ ପ୍ରହାର

ମଦ୍ରାସାରେ ନାବାଳକ ଛାତ୍ରକୁ ନିର୍ମମ ପ୍ରହାର

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ଘରୋଇ ମଦ୍ରାସାରେ ଜଣେ ନାବାଳକ ଛାତ୍ରକୁ ଶିକ୍ଷକ ନିର୍ମମ ପ୍ରହାର କରିଥିବା ମାମଲା ପଦାକୁ ଆସିଛି । ଛାତ୍ରର ଭୁଲ କେବଳ ଏତିକି ଥିଲା, ଶିକ୍ଷକ ଯାହା ସ୍ମରଣ କରାଇବାକୁ ଶିକ୍ଷକ ଦେଇଥିଲେ ଛାତ୍ରଟି ତାହା ଠିକ୍ ଭାବେ ଶୁଣାଇ ପାରିନଥିଲା ।

ମାମଲା ୨୦୨୨ ନଭେମ୍ବର ୨୪ ତାରିଖର ହୋଇଥିବା ବେଳେ ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଶିକ୍ଷକ ଜଣକ ବାଡ଼ିରେ ଛାତ୍ରକୁ ୭୦ ସେକେଣ୍ଡ୍ ମଧ୍ୟରେ ୭୦ ପ୍ରହାର ଦେଉଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓ ଭାଇରାଲ୍ ହେବାପରେ ମଦ୍ରାସାର ଟ୍ରଷ୍ଟି ଶିକ୍ଷକଙ୍କ ନାମରେ କେସ୍ ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଘଟଣା ପରେ ଶିକ୍ଷକ ଫେରାର୍ ହୋଇଯାଇଛନ୍ତି ।

ଭିୱଣ୍ଡିରେ ଥିବା ଦୀନୀ ମଦ୍ରାସାରେ ଗୁଜରାଟ ନିବାସୀ ୩୨ ବର୍ଷୀୟ ଫହାଦ ଭଗତ ମୁରୀ ଶିକ୍ଷକ କାର୍ଯ୍ୟ କରନ୍ତି । ଘଟଣାର ଦିନକ ପୂର୍ବରୁ ସେ ୧୪ ବର୍ଷୀୟ ନାବାଳିକ ଛାତ୍ରକୁ ଏକ ପାଠ ସ୍ମରଣ କରିବାକୁ ଦେଇଥିଲେ । ଘଟଣା ଦିନ ସକାଳେ ତାହା ସ୍ମରଣ କରାଇବାକୁ କହିବାରୁ ଛାତ୍ର ଜଣକ ଠିକ୍ ଭାବେ ପାଠ ଶୁଣାଇ ପାରିନଥିଲା । ଏଥିରେ ରାଗିଯାଇ ଶିକ୍ଷକ ଜବକ ତାକୁ ବାଡ଼ିରେ ନିର୍ମମ ଭାବେ ପିଟିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking