35.1 C
Bhubaneswar
Monday, June 17, 2024
Homeଅପରାଧଛୋଟ କଥାରେ ରାଗି ଯାଇ ମା, ବାପା ଓ ଭଉଣୀକୁ ହତ୍ୟା କଲା ନାବାଳକ ପୁଅ

ଛୋଟ କଥାରେ ରାଗି ଯାଇ ମା, ବାପା ଓ ଭଉଣୀକୁ ହତ୍ୟା କଲା ନାବାଳକ ପୁଅ

ବ୍ରାଜିଲ : ବ୍ରାଜିଲରେ ଘଟିଛି ଅଭାବନୀୟ ଘଟଣା। ପିଲା ହାତରୁ ମୋବାଇଲ ନେଇଯିବାରୁ ରାଗିଯାଇ ଘଟାଇଲା ହତ୍ୟାକାଣ୍ଡ । ଯେଉଁଥିରେ ପିଲାଟି ଅତ୍ୟଧିକ ରାଗିଯାଇ ତାଙ୍କ ବାପା-ମା’ ଏବଂ ଭଉଣୀକୁ ଗୁଳି ମାଡ କରିଛି । ସୂଚନା ଅନୁଯାୟୀ, ଗତ ସୋମବାର ସାଓ ପାଉଲୋରେ ଏହି ଟ୍ରିପଲ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ଏଠାରେ ଏକ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ଥାନୀୟ ସୁରକ୍ଷା ମନ୍ତ୍ରଣାଳୟ ଏହା ପ୍ରକାଶ କରିଛନ୍ତି। ଘଟଣାକୁ ନେଇ ତଦନ୍ତ ମୁଖ୍ୟ ରୋବର୍ଟୋ ଆଫୋନସୋ କହିଛନ୍ତି ଯେ, ନଗର ପୋଲିସ ଏବଂ ତାଙ୍କ ପତ୍ନୀ ତାଙ୍କ ଦୁଇ ପିଲା ସହ ରହୁଥିଲେ । ଦିନେ ତାଙ୍କ ବାପା-ମା’ଙ୍କ ସହ କିଛି ପ୍ରସଙ୍ଗରେ ପିଲାଟିର ବିବାଦ ହୋଇଥିଲା । ସେମାନେ ତା ଠାରୁ ଫୋନ୍ ଛଡ଼ାଇ ନେଇଥିଲେ । ଏଥିରେ ରାଗିଯାଇ ପିଲାଟି ତାଙ୍କ ବାପାଙ୍କ ସର୍ବିସ୍ ବନ୍ଧୁକ ଉଠାଇ ୫୭ ବର୍ଷିୟ ପିତାଙ୍କୁ ଗୁଳି କରି ହତ୍ୟା କରିଥିଲା। ତା’ପରେ ସେ ଉପର ମହଲାରେ ଭଉଣୀ ଥିବା କୋଠରୀକୁ ଯାଇ ୧୬ ବର୍ଷର ଭଉଣୀକୁ ଗୁଳି କରିଦେଲା । ତେବେ ମା’ ସେତେବେଳେ ଘରେ ନଥିଲେ । ମା’ କିଛି ଘଣ୍ଟା ପରେ ଘରେ ପହଞ୍ଚିବା ପରେ ସେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା। ଶୁକ୍ରବାର ଠାରୁ ସୋମବାର ପର୍ଯ୍ୟନ୍ତ ବାଳକଟି ତାଙ୍କ ପିତାମାତା ଏବଂ ଭଉଣୀଙ୍କ ମୃତଦେହ ସହିତ ଏକାକୀ ଘରେ ରହିଥିଲା । ଏହି ସମୟରେ ସେ ଏକ ସାଧାରଣ ଜୀବନ ବିତାଉଥିଲା। ସୋମବାର ବାଳକ ନିଜେ ପୋଲିସକୁ ଏହା ଜଣାଇ ନିଜ ଅପରାଧ ସ୍ୱୀକାର କରିଛି । ପୋଲିସ ତାଙ୍କୁ ଗିରଫ କରିଛି । ସୂଚନାଥାଉକି ଯେ ବ୍ରାଜିଲର ଏକ ସ୍ୱତନ୍ତ୍ର ନିୟମ ଅନୁଯାୟୀ ନାବାଳକ ଅଭିଯୁକ୍ତମାନେ ସୁରକ୍ଷା ପାଆନ୍ତି । ବୟସ୍କ ମାନଙ୍କ ପରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ପାରିବ ନାହିଁ । ଯଦିଓ ପୋଲିସ ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରୁଛି, ତଥାପି ପୋଲିସ କହିଛି ଯେ ବାଳକ ଏହି ଘଟଣା ଏକୁଟିଆ ଘଟାଇଛି ନା ଏଥିରେ ଅନ୍ୟ କେହି ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking