ନୂଆଦିଲ୍ଲୀ : କିଛି ପିଲା ମୋବାଇଲ୍ ଫୋନ୍ର ସଦୂପଯୋଗ କରୁଥିବା ବେଳେ ଆଉ କିଛି ଏହାର ଦୁରୂପଯୋଗ ଯୋଗ କରୁଛନ୍ତି । ଏହାଦ୍ୱାରା ଅନେକ ଅପରାଧ ମଧ୍ୟ ଘଟୁଛି । ଏମିତି ଏକ ଅପରାଧ ଉତ୍ତରପ୍ରଦେଶର କାନପୁରରେ ଘଟିଛି । ଜଣେ ୧୦ ବର୍ଷର ବାଳକ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମୋବାଇଲ୍ ଫୋନ୍ରେ ଅଶ୍ଲୀଳ ଦୃଶ୍ୟ ଦେଖିବା ପରେ ନାବାଳକ ଜଣକ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ସମ୍ପୃକ୍ତ ନାବାଳକଙ୍କୁ ପଚରାଉଚରା ବେଳେ ପୋଲିସ ଆଗରେ ସେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଉକ୍ତ ବାଳକଙ୍କ ବିରୋଧରେ ଦୁଷ୍କର୍ମ ଓ ପସ୍କୋ ଆକ୍ଟ ଲଗାଇଛି ।
ଏହାସହ ତାଙ୍କୁ ଜିଲ୍ଲା ଜୁଭେନାଇଲ୍ ବୋର୍ଡରେ ହାଜର କରାଯାଇ ଜୁଭେନାଇଲ୍ ହୋମ୍କୁ ପଠାଇ ଦିଆଯାଇଛି । ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ନାବାଳିକା ଜଣକ ତୃତୀୟ ଶ୍ରେଣୀରେ ପଢ଼ନ୍ତି । ଘଟଣା ଘଟିବା ଦିନ ସେ ଏକାକୀ ଘରେ ଥିଲେ । ଯେତେବେଳେ ପରିବାର ଲୋକ ଘରକୁ ଫେରିଲେ ଝିଅ କାନ୍ଦୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ତତ୍କ୍ଷଣାତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ୧୦ ବର୍ଷର ନାବାଳକକୁ ଅଟକ ରଖିଥିଲା । ପଚରାଉଚରା ବେଳେ ନାବାଳକ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ । ମୋବାଇଲ୍ ଫୋନ୍ରେ ପର୍ଣ୍ଣ ଦେଖିବା ପରେ ଏଭଳି କାଣ୍ଡ ଘଟାଇଥିବା ସେ କହିଛନ୍ତି ।