26.1 C
Bhubaneswar
Saturday, October 19, 2024
Homeଅପରାଧସ୍ତ୍ରୀଙ୍କୁ ନିର୍ଯ୍ୟାତନା ବାପାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

ସ୍ତ୍ରୀଙ୍କୁ ନିର୍ଯ୍ୟାତନା ବାପାଙ୍କୁ ଆକ୍ରମଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ନିଶା ସେବନ କରି ସ୍ତ୍ରୀ ଏବଂ ବାପାଙ୍କୁ ଆକ୍ରମଣ ଅଭିଯୋଗରେ ପାହାଳ ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ହରିଦାସପୁର ମାଝୀସାହି ଅଞ୍ଚଳର କିଶୋର ନାୟକ । ସୂଚନାଯୋଗ୍ୟ ଯେ, ଗତ ୨୦୦୨ ମସିହାରେ ଅଭିଯୁକ୍ତ କିଶୋର ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ଅଛନ୍ତି । ବିବାହର କିଛି ବର୍ଷ ପରେ ଅଭିଯୁକ୍ତ କିଶୋର, ପୀଡ଼ିତାଙ୍କୁ ଉଭୟ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ ।

ପୁଲିସ ତଦନ୍ତରୁ ଜଣାପଡଇଛି କିଶୋର ନିୟମିତ ନିଶା ସେବନ କରନ୍ତି । ତେଣୁ ଅଧିକାଂଶ ସମୟରେ ନିଶା ସେବନ କରି ତାଙ୍କ ପତ୍ନୀ, ପରିବାର ସଦସ୍ୟ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ଆକ୍ରମଣ କରୁଥିଲେ । ଗତ ୧୬ ତାରିଖରେ ରାତିରେ କିଶୋର ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ ଏବଂ ପୀଡିତଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ଏଥିରେ କିଶୋରଙ୍କ ପିତା ପୀଡ଼ିତାଙ୍କୁ ଉଦ୍ଧାର କରିବାକୁ ଯାଇ କିଶୋରଙ୍କୁ ବିରୋଧ କରିବାରୁ କିଶୋର ଉତ୍ୟକ ହୋଇ ନିଜ ପିତାଙ୍କୁ ଏକ ବାଡି ସାହାଯ୍ୟରେ ଆକ୍ରମଣ କରିଥିଲେ । ଫଳରେ ଆକ୍ରମଣ ହେତୁ ତାଙ୍କର ପିତାଙ୍କ ବାମ ହାତରେ ଗଭୀତ ଆଘାତ ଲାଗିଥିଲା । ପୁଳିସ ତଦନ୍ତ କରି ଆଜି ଅଭିଯୁକ୍ତ କିଶୋରଙ୍କୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking