37.1 C
Bhubaneswar
Friday, May 17, 2024
Homeଅପରାଧଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଗିରଫ

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର: ଯୁବତୀଙ୍କୁ ଅସଦାଚରଣ, ଗାଳିଗୁଲଜ ଏବଂ ହତ୍ୟା ଧମକ ଅଭିଯୋଗରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣଶ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବିନ୍ଦୁସାଗର ରୋଡ଼୍ ଅଞ୍ଚଳର ରଶ୍ମୀ ରଞ୍ଜନ ସ୍ୱାଇଁ । ସୂଚନାଯୋଗ୍ୟ ଯେ, ପୀଡ଼ିତା ଜଣକ ତାଙ୍କ ମା, ଭାଇ ଏବଂ ସାନ ଭଉଣି ସହିତ ଜଣେ ଭଦ୍ର ମହିଳାଙ୍କ ଘରେ ଭଡାରେ ରୁହଥିଲେ । ଅଭିଯୁକ୍ତ ଜଣକ ଉକ୍ତ ଘର ମାଲିକଙ୍କ ଘରକୁ ନିୟମିତ ଭାବେ ଯିବାଆସିବା କରିବା ସହିତ ସମ୍ପୃକ୍ତ ପଡ଼ିତାଙ୍କୁ ଅଶୋଭନୀୟ ଆଚରଣ ପ୍ରଦଶନ କରୁଥିଲେ । ଦିନେ ପୀଡ଼ିତାଙ୍କ ମା ଅଭିଯୁକ୍ତଙ୍କୁ ଏନେଇ ପଚାରିବାରୁ, ଅଭିଯୁକ୍ତ ଜଣକ ତାଙ୍କ ମାଙ୍କୁ ସର୍ବ ସମୁଖରେ ଅଶ୍ରାବ୍ୟ ଭାଷାରେ ଗାଳିମନ୍ଦ କରିଥିଲେ ।

ଗତ ୧୫ ତାରିଖ ରାତିରେ ମଧ୍ୟ ଅଭିଯୁକ୍ତ ତାଙ୍କ ଘର ଉପରକୁ ଟେକାପଥର ଫୋପାଡ଼ିଥିଲେ । ଘଟଣା ଦିନ ପୀଡ଼ିତା ଜଣକ ଘର ନିକଟରେ ଶୌଚ ହେଉଥିବା ସମୟରେ ଅଭିଯୁକ୍ତ ତାଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ପୀଡ଼ିତାଙ୍କ ପାଟିଶୁଣି ଘଟଣା ସ୍ଥଳକୁ ତାଙ୍କ ଭାଇ ଆସି ଅଭିଯୁକ୍ତଙ୍କୁ ଘଟଣା ସମ୍ପର୍କରେ ପଚାରି ଥିଲେ । ଏଥିରେ ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ ପୀଡିତାଙ୍କ ଭାଇଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହିତ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଘଟଣାର ଅଭିଯୋଗ ପରେ ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking