28.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶରାଜସ୍ଥାନରେ ୩.୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ

ରାଜସ୍ଥାନରେ ୩.୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ

ଜୟପୁର: ରାଜସ୍ଥାନର ସିକରରେ ଶନିବାର ରାତି ୧୧ଟା ୪୭ରେ ୩.୯ ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ମପାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସି‌ସ୍‌ମୋଲୋଜୀ ତରଫରୁ କୁହାଯାଇଛି। ରିପୋର୍ଟ ଅନୁସାରେ ଭୂମିକମ୍ପର ଝଟକା ଲାଗିବା ପରେ ଲୋକେ ଡରିଯାଇଥିଲେ। ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ। ସଂପର୍କୀୟମାନଙ୍କୁ ଫୋନ୍‌ରେ ଘଟଣା ସଂପର୍କରେ ଅବଗତ କରିଥିଲେ। ଏହି ଭୂମିକମ୍ପରେ କୌଣସି ଧନ-ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି।

ଏହା ପୂର୍ବରୁ ମଧ୍ୟ ରାଜସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦୁଇ ମାସ ପୂର୍ବରୁ ଅର୍ଥାତ ଏପ୍ରିଲ ମାସରେ ଭୂମିକମ୍ପ ଯୋଗୁଁ ରାଜସ୍ଥାନ ଥରିଥିଲା। ଗତଥରର ଭୂମିକମ୍ପ ରାତି ୧ଟା ୨୯ ମିନିଟରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ମପାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking