ଆପଡ଼ା : ଗତକାଲି ଶିବନାରାୟଣପୁରରେ ମୁହାଁମୁହିଁ ହୋଇଥିଲେ ନକ୍ସଲ-ସୁରକ୍ଷାକର୍ମୀ। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଶିବନାରାୟଣପୁରରୁ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରୁ ମିଳିଲା ବିପୁଳ ୨ ହଜାର ଟଙ୍କାର ନୋଟ୍। ୪ ଲକ୍ଷ ମୂଲ୍ୟର ୨ ହଜାର ନୋଟ୍ ସହ ଦେଶୀ ବନ୍ଧୁକ, ୪ ଗୁଳି ଜବତ। ଉକ୍ତ ଘଟଣାରେ ଗତକାଲିଠାରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ତେବେ ଆଜି ସକାଳ ୮ଟାରେ ନକ୍ସଲ ଓ ଯବାନଙ୍କ ମଧ୍ୟରେ ପୁଣି ଗୁଳି ବିନିମୟ ହୋଇଥିଲା। କିଛିସମୟ ଧରି ଗୁଳି ବିନିମୟ ହେବାପରେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ଏକ ନକ୍ସଲ କ୍ୟାମ୍ପ ଠାବ କରିଥିଲେ। ସେଠାରୁ ୧୦ଟି ଆଇଇଡି ଓ ଗୋଟିଏ ପିସ୍ତଲ ସହ କିଛି ମାଓ ସାମଗ୍ରୀ ଜବତ କରାଯାଇଛି। ବର୍ତ୍ତମାନ ମଧ୍ୟ ସୁନାବେଡ଼ା ଅଭୟାରଣ୍ୟରେ ଏସ୍ଓଜି, କୋବ୍ରା ଓ ସିଆର୍ପିଏଫ୍ ଯବାନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ନୂଆପଡ଼ା ଏସ୍ପି ସୂଚନା ଦେଇଛନ୍ତି।