25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶଐତିହାସିକ ଘଟଣା , ଉଜ୍ଜୈନରେ ଲାଗିବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

ଐତିହାସିକ ଘଟଣା , ଉଜ୍ଜୈନରେ ଲାଗିବ ବିଶ୍ବର ପ୍ରଥମ ବୈଦିକ ଘଡ଼ି

 ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ଐତିହାସିକ ଘଟଣା ଘଟିବାକୁ ଯାଉଛି । ଏଠାରେ ଲାଗିଛି ବିଶ୍ବର ପ୍ରଥମ ବୈଦିକ ଘଡ଼ି । ଆସନ୍ତା ମାର୍ଚ୍ଚ ୧ରେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବ ଭର୍ଚୁଆଲ୍ ମାଧ୍ୟମରେ ଉଦଘାଟନ କରିବେ। ଭାରତୀୟ କାଳଗଣନା ଅନୁସାରେ ଏହା ୩୦ ଘଣ୍ଟିଆ ଦିନରାତି ଦେଖାଇଥାଏ । ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ମହାକାଳେଶ୍ୱର ଥିବା ସହର ଉଜ୍ଜୟିନୀ ପ୍ରାଚୀୟ ବୈଦିକ କାଳରୁ ଭାରତୀୟ କାଳଗଣନାର କେନ୍ଦ୍ର ରହିଆସିଛି । କାରଣ ଏହାକୁ ଭାରତର କେନ୍ଦ୍ରସ୍ଥଳ ବୋଲି ବିଚାର କରାଯାଏ । ଇତିହାସ ଓ ପୁରାଣ ପ୍ରସିଦ୍ଧ ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜଧାନୀ ଭାବେ ଏହି ନଗରୀ ପ୍ରରିଚିତ ଓ ଏହାର ଅନ୍ୟ ଏକ ପ୍ରାଚୀନ ନାମ ହେଉଛି ଅବନ୍ତିକା ।ଏଠାରୁ ହିଁ ବିକ୍ରମ ସମ୍ବତ୍ କାଳଗଣନା ଆରମ୍ଭ ହୋଇଥିଲା ଯାହାକି ଆଜି ପର୍ଯ୍ୟନ୍ତ ଜାରି ରହିଛି । କର୍କଟ କ୍ରାନ୍ତି ରେଖା ଏହା ମଧ୍ୟଦେଇ ଅତିକ୍ରମ କରିଛି । ଏଠାରୁ ବିକ୍ରମ ସମ୍ବତ ଆରମ୍ଭ ହେବା ପରଠାରୁ ସମଗ୍ର ବିଶ୍ୱରେ ବିକ୍ରମ ସମ୍ବତ ନାମରେ କ୍ୟାଲେଣ୍ଡର ଓ ମୁହୂର୍ତ୍ତ ପରିଚାଳିତ ହେଉଛି । ତେଣୁ ବିଶ୍ୱର ପ୍ରଥମ ଏଭଳି ବୈଦିକ ଘଡ଼ି ଜୀବାଜିରାଓ ଅବଜରଭେଟରୀର ୮୦ ଫୁଟ ଉଚ୍ଚ ଟାୱାର ଉପରେ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking