35 C
Bhubaneswar
Tuesday, June 25, 2024
Homeଓଡିଶାବ୍ୟାଟେରୀ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଫାଟିଲା ଗ୍ୟାସ ସିଲିଣ୍ଡର

ବ୍ୟାଟେରୀ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଫାଟିଲା ଗ୍ୟାସ ସିଲିଣ୍ଡର

ମୟୂରଭଞ୍ଜ : ସାବଧାନ ଘରେ ବ୍ୟାଟେରୀ ସ୍କୁଟି ଅଛିକି। ଯଦି ଅଛି ତେବେ ଆମେ ଜଣାଉଛୁ ସତର୍କତାର ସହ ବ୍ୟବହାର କରିବା ଆପଣଙ୍କ ଦାୟିତ୍ଵ। ବ୍ୟାଟେରୀ ସ୍କୁଟି ଚାର୍ଜରେ ବସିଥିବା ବେଳେ କୌଣସି କାରଣରୁ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟି ଯାଇଛି। ଫଳରେ ପାଖରେ ଥିବା ଦୁଇଟି ଗ୍ୟାସ ସିଲିଣ୍ଡର ଫାଟି ଯାଇ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଏଭଳି ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ପୋଡ଼ାଅସ୍ତିଆର ସୁପ୍ରଭା ମହାପାତ୍ରଙ୍କ ଘରେ। ସୂଚନା ଅନୁଯାୟୀ ଗତକାଲି ସୁପ୍ରଭାଙ୍କ ଘରେ ଏକ ବ୍ୟାଟେରୀ ସ୍କୁଟି ଚାର୍ଜରେ ବସିଥିଲା। ମାତ୍ର ସର୍ଟସର୍କିଟ କାରଣରୁ ଚାର୍ଜରେ ବସିଥିବା ସ୍କୁଟିରେ ନିଆଁ ଲାଗି ଯାଇଥିଲା। ନିଆଁ ଶିଖା ଧୀରେ ଧୀରେ ବ୍ୟାପି ପାଖରେ ଥିବା ଗ୍ୟାସ ସିଲିଣ୍ଡରରେ ଲାଗି ଯାଇଥିଲା। ଫଳରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ଯୋରରେ ଶଦ୍ଦ ହେବା ସହିତ ଧୂଆଁମୟ ହୋଇଯାଇଥିଲା। ସେହିପରି ନିଆଁ ବ୍ୟାପିବା ଯୋଗୁଁ ଘରେ ଥିବା ୩ଟି ସାଇକେଲ, ଇନଭେଟର, କବାଟ ଝରକା ପୋଡ଼ି ଯାଇଥିବା ଜଣାପଡିଛି। ଏନେଇ ଖବରପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କାହାର କିଛି କ୍ଷତି ହୋଇନଥିବା ବେଳେ ଏକ ବଡ଼ ବିପଦ ଘଟିବାର ସମ୍ଭାବନାକୁ ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ଅଗ୍ନିଶମ ବିଭାଗର ହସ୍ତକ୍ଷେପ ଯୋଗୁଁ ଏଡ଼ାଇବା ସମ୍ଭବ ହୋଇପାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking