32.1 C
Bhubaneswar
Saturday, May 4, 2024
Homeଅପରାଧଅସଦାଚରଣ ଅଭିଯୋଗରେ ଦଳିତ ନାବାଳକକୁ ସଂଘବଦ୍ଧ ନିର୍ଯାତନା, ପରିସ୍ରା ପିଆଇଲେ

ଅସଦାଚରଣ ଅଭିଯୋଗରେ ଦଳିତ ନାବାଳକକୁ ସଂଘବଦ୍ଧ ନିର୍ଯାତନା, ପରିସ୍ରା ପିଆଇଲେ

ଲକ୍ଷ୍ନୌ: ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ଦଳିତ ନାବାଳକକୁ ସଂଘବଦ୍ଧ ନିର୍ଯାତନା ଦେଇଛନ୍ତି କିଛି ଯୁବକ । ନାବାଳକକୁ ନିର୍ଧୁମ ମାଡ ମାରିବା ସହ ତାକୁ ପରିସ୍ରା ପିଆଇଛନ୍ତି । ଏପରିକି ତାର ଆଖିପତ୍ତାକୁ ମଧ୍ୟ ପାତରେ କାଟି ଦିଆଯାଇଛି । କେବଳ ସେତିକି ନୁହେଁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ନାବାଳକର ବାପାଙ୍କୁ ମଧ୍ୟ ଅଭିଯୁକ୍ତଙ୍କ ଏହି ଗୋଷ୍ଠୀ ଆକ୍ରମଣ କରିଥିବା ଜଣାପଡିଛି ।

ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ଜୌନପୁର ଜିଲ୍ଲାରେ ସାମ୍ନାକୁ ଆସିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଉଭୟ ପକ୍ଷରୁ ଦାଏର ହୋଇଥିବା ଭିନ୍ନ ଭିନ୍ନ ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଘଟଣାଟି ଜୌନପୁର ଜିଲ୍ଲା ଅନ୍ତର୍ଗତ ସୁଜାଗଞ୍ଜ ପୋଲିସ ଷ୍ଟେସନ ଅଞ୍ଚଳର ଏକ ଗ୍ରାମରେ ଘଟିଛି । ସ୍ଥାନୀୟ ଜଣେ ଦଳିତ ନାବାଳକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ସମ୍ପର୍କୀୟ କିଛି ଯୁବକ ଉକ୍ତ ଦଳିତ ନାବାଳକକୁ ସଂଘବଦ୍ଧ ମାଡ ମାରିଥିଲେ । ପରିସ୍ରା ପିଆଇବା ସହ ତାର ପାଟିରେ ମାଟି ଭର୍ତ୍ତି କରିଥିଲେ । ଆଖିପତ୍ତାକୁ ମଧ୍ୟ ପାତରେ କାଟି ଦେଇଥିଲେ ।

ନାବାଳକର ବାପା ମଧ୍ୟ ଏହି ଯୁବକମାନଙ୍କ ଦ୍ୱାରା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏବେ ଦଳିତ ନାବାଳକର ବାପା ସ୍ଥାନୀୟ ଥାନାରେ ଏତଲା ଦେଇଥିବା ବେଳେ ମାଡ ମାରିଥିବା ଯୁବକମାନେ ମଧ୍ୟ ସେମାନଙ୍କ ସମ୍ପର୍କୀୟ ନାବାଳିକା ସହ ଦଳିତ ନାବାଳକ ଅସଦାଚରଣ କରିଥିବା ପାଲଟା ଏତଲା ଦେଇଛନ୍ତି । ପୋଲିସ ଉଭୟ ଏତଲା ଗ୍ରହଣ କରି ପୃଥକ ପୃଥକ ମାମଲା ରୁଜୁ କରିଛି । ଘଟଣାର ଭିଡିଓ ଓ ଫଟୋ ମଧ୍ୟ ଭାଇରାଲ ହେବାର ଲାଗିଛି । ତଦନ୍ତ ଜାରି ରହିଛି ଓ ଉଭୟ ପକ୍ଷକୁ ଜେରା ଜାରି ରହିଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି । ଏହା ପୂର୍ବରୁ ମଧ୍ୟ ପ୍ରଦେଶରେ ଘଟିଥିବା ପରିସ୍ରାକାଣ୍ଡ ସାରା ଦେଶରେ ଉଦବେଗ ସୃଷ୍ଟି କରିଥିଲା । ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା । ଏହା ପରେ ମଧ୍ୟ ଆନ୍ଧ୍ର ପ୍ରଦେଶ ଓ ଅନ୍ୟ କିଛି ସ୍ଥାନରେ ମଧ୍ୟ ଏହିପରି କିଛି ବର୍ରର ନିର୍ଯାତନାର ଘଟିଥିବା ଉଦାହରଣ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking