27.1 C
Bhubaneswar
Wednesday, June 26, 2024
Homeଓଡିଶାସାଙ୍ଗର ଜୀବନ ନେଲା ସାଙ୍ଗ

ସାଙ୍ଗର ଜୀବନ ନେଲା ସାଙ୍ଗ

ଭୁବନେଶ୍ୱର : ବନ୍ଧୁ ବନ୍ଧୁର ରକ୍ଷାକବଚ ପରି ହୋଇଥାଏ । କୁହାଯାଏ ବନ୍ଧୁତ୍ୱର ସମ୍ପର୍କ ହେଉଛି ଅତି ନିବିଡ ସମ୍ପର୍କ । ସମୟ ଆସିଲେ ଜଣେ ଅନ୍ୟଜଣଙ୍କ ପାଇଁ ନିଜ ଜୀବନ ଦେବାକୁ ପଛାନ୍ତି ନାହିଁ । କିନ୍ତୁ ଜଣେ ସାଙ୍ଗ ହୋଇ ଅନ୍ୟଜଣେ ସାଙ୍ଗକୁ ଆକ୍ରମଣ କରିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ସୂଚନା ଅନୁଯାୟୀ, ଭୁବନେଶ୍ବର ଚନ୍ଦକା ଥାନା ଅନ୍ତର୍ଗତ ତୁଡଙ୍ଗଗଡ ଗାଁରେ ଦୁଇ ସାଙ୍ଗ ମଧ୍ୟରୁ ଜଣେ ସାଙ୍ଗ ଅନ୍ୟଜଣେ ସାଙ୍ଗକୁ ଆକ୍ରମଣ କରିଥିଲେ । ଯାହାଫଳରେ ଯୁବକଙ୍କର ମୃତ୍ୟୁ ହୋଇଛି । ଏହା ଜାଣିବା ପରେ ମୃତକଙ୍କ ପରିବାର ଲୋକେ ଥାନାରେ ଅଭଯୋଗ କରିଥିଲେ । ଅଭିଯୋଗ ମୁତାବକ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପଚରାଉଚରା କରିଥିଲେ । ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ହତ୍ୟାକାରୀକୁ ଅଟକ ରଖିବା ସହ ପୋଲିସ ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking