14.1 C
Bhubaneswar
Friday, January 10, 2025
Homeଅପରାଧନିଜକୁ ଧର୍ମ ପ୍ରଚାରକ କହୁଥିବା ଠକ ୨୦ ଝିଅଙ୍କୁ କଲା ଦୁଷ୍କର୍ମ

ନିଜକୁ ଧର୍ମ ପ୍ରଚାରକ କହୁଥିବା ଠକ ୨୦ ଝିଅଙ୍କୁ କଲା ଦୁଷ୍କର୍ମ

ଓ୍ଵାଶିଂଟନ : ଏପରି ଏକ ଘୃଣ୍ୟ ଓ ଲଜ୍ଜାଜନକ ଖବର ଶୁଣିଲେ କାହାର ବି ଦେହ ଥରି ଉଠିବ । ଅମାନବିକତାର ସମସ୍ତ ସୀମା ଲଂଘିଥିବା ଏହି ଠକ ବ୍ୟକ୍ତି ଜଣକ ନିଜକୁ ଭଗବାନଙ୍କର ଦୂତ ବୋଲି ଦାବି କରି ୨୦ ନାବାଳିକାଙ୍କ ସହ ଦୁଷ୍କର୍ମ କରିଛି । ଖାଲି ସେତିକି ନୁହେଁ ନିଜ ୯ ବର୍ଷର ଝିଅ ସହ ମଧ୍ୟ ଯୌନ ସମ୍ପର୍କ ରଖିଥିବା ପୋଲିସ କହିଛି । ଏହି ଘଟଣା ଘଟିଛି ଆମେରିକାର ଓ୍ଵାଶିଂଟନରେ । ଉକ୍ତ ବ୍ୟକ୍ତିଙ୍କ ନାମ ହେଉଛି ସାମୁଏଲ ରାପିଲ ବେଟମେନ । ରିପୋର୍ଟ ଅନୁଯାୟୀ, ସାମୁଏଲ (୪୬) ଓ୍ଵଶିଂଟନରେ ରହେ । ୨୦୧୯ ରେ ନିଜର ୫୦ ଜଣ ଅନୁଗାମୀ ସୃଷ୍ଟି କରି ନିଜକୁ ଧର୍ମ ପ୍ରଚାରକ ଭାବେ ପରିଚୟ ଦେଇଥିଲା । ଏପରିକି ୨୦ ଜଣ ନାବାଳିକା ଝିଅଙ୍କୁ ବିବାହ କରି ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲା । ଏହି ଝିଅମାନଙ୍କ ମଧ୍ୟରେ ଅଧିକାଂଶ ପ୍ରାୟ ୧୫ ବର୍ଷ ବୟସର ବୋଲି ଜଣାଯାଇଛି ।

ଖାଲି ସେତିକି ନୁହେଁ ଏମାନଙ୍କ ସହ ଦୁଷ୍କର୍ମ କରିବା ପରେ ଏମାନଙ୍କୁ ଯୌନ ଶୋଷଣ କାର୍ଯ୍ୟରେ ଜବରଦସ୍ତ ଲଗାଉଥିଲା । ଖାଲି ସେତିକି ନୁହେଁ ନିଜ ୯ ବର୍ଷର ଝିଅକୁ ମଧ୍ୟ ଯୌନ ଶୋଷଣର ଶିକାର ବନାଇଥିଲା । ନିଜର ୩ ଜଣ ଅନୁଗାମୀଙ୍କୁ ଝିଅ ସହ ଯୌନ ସମ୍ପର୍କ ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ନିଜେ ଏହି କାର୍ଯ୍ୟକୁ ଦେଖୁଥିଲା । ସାମୁଏଲ ଦାବି କରିଥିଲା ଯେ ଏମାନେ ଭଗବାନଙ୍କ ପାଇ ନିଜର ଗୁଣ ତ୍ୟାଗ କରିଛନ୍ତି । ଭଗବାନ ତାଙ୍କର ଶରୀରକୁ ଠିକ କରିଦେବେ ।

ଭଗବାନ ପୁଣି ତାଙ୍କୁ ତାଙ୍କର ସତୀଚ୍ଛେଦ ଫେରାଇଦେବେ । ସାମୁଏଲ ନାମରେ ବିଭିନ୍ନ ମାମଲା ରହିଛି । ସାମୁଏଲକୁ ପୋଲିସ ୨୮ ଅଗଷ୍ଟ ୨୦୨୨ ରେ ଗିରଫ କରିଥିଲା । ହେଲେ ସେ ଜେଲରୁ ମୁକୁଳି ଯାଇଥିଲା । ୧୩ ସେପ୍ଟେମ୍ବର ରେ ପୁଲିସ ପୁଣି ତାକୁ ଗିରଫ କରିଛି । ତା ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କ ରି ତାକୁ ଜେଲ ହାଜତକୁ ପଠାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking