27.1 C
Bhubaneswar
Saturday, July 27, 2024
Homeଓଡିଶାବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ

ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ପୁତ୍ର ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡ଼ା: ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ । ସେହି ନିଆଁରେ ପୋଡ଼ିହୋଇ ଜୀବନ୍ତ ଜଳିଗଲେ ୫ ବର୍ଷର ଶିଶୁ । ଆଉ ଦୁଇ ଜଣ ବରଯାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି । ଆଜି ଥିଲା ଗ୍ରାମାଞ୍ଚଳ ଥାନା ବଡ଼ପଡ଼ା ଗାଁର ରତ୍ନାକର ମଳିକଙ୍କ ପୁଅ ବାହାଘର । ତେଣୁ ବରଯାତ୍ରୀଙ୍କ ବାଇକ୍‌?ରେ ପେଟ୍ରୋଲ ପକାଇବା ପାଇଁ ଗୋଟିଏ ଡ୍ରମ୍‌ରେ ପେଟ୍ରୋଲ ଅଣାଯାଇଥିଲା ।

ବରଯାତ୍ରୀ ଶୋଭାଯାତ୍ରା ବାହାରିବା ପୂର୍ବରୁ ବାଇକ୍‌ରେ ଯାଉଥିବା ଲୋକଙ୍କୁ ପେଟ୍ରୋଲ୍‌ବଣ୍ଟା ଯାଉଥିଲା । ଜଣେ ପରେ ଜଣେ ଆସି ପେଟ୍ରୋଲ୍ ନେଇ ନିଜ ବାଇକ୍‌ରେ ପକାଉଥିଲେ । ତେବେ ଅସାବଧାନତା ଯୋଗୁ ସେହି ପେଟ୍ରୋଲ୍‌ରେ ନିଆଁ ଲାଗି ଯାଇଥିଲା । ଯାହାଫଳରେ ରତ୍ନାକରଙ୍କ ବନ୍ଧୁଙ୍କ ୫ ବର୍ଷର ଶିଶୁ ପୁତ୍ର ପୋଡ଼ି ଯାଇଥିଲେ । ପଡୋଶୀ ତପନ ମଳିକ ଓ ଉପେନ୍ଦ୍ର ମଳିକ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ନିଆଁରେ ୨ ବଖରା ଘର ଓ ବାହାଘର ପାଇଁ ସଜା ହୋଇଥିବା ଟେଣ୍ଟ ଜଳିଯାଇଛି । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପେଟ୍ରୋଲ୍‌ରେ ସିଗାରେଟ୍ ନିଆଁ ଲାଗିବାରୁ ଏପରି ଭୟଙ୍କର ଘଟଣା ଘଟିଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking