29.1 C
Bhubaneswar
Saturday, July 27, 2024
Homeଓଡିଶାଔଷଧ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଔଷଧ ଜଳିଗଲା

ଔଷଧ ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଔଷଧ ଜଳିଗଲା

ଭୁବନେଶ୍ୱର:ରାତି ଅଧରେ ଡାକ୍ତରଖାନା ଔଷଧ ଗୋଦାମରେ ଲାଗିଗଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ଔଷଧ । ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ । ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ରାତି ଅଧରେ ଲାଗି ଯାଇଛି ନିଆଁ । ରାତି ପ୍ରାୟ ୨ଟାରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ନିଆଁ ବ୍ୟାପି ଲକ୍ଷାଧିକ ଟଙ୍କାର ମେଡିସିନ, ଇଞ୍ଜେକ୍ସନ, ବୈଦ୍ୟୁତିକ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରୁ ହଠାତ ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ବୌଦ୍ଧ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୨ଘଣ୍ଟା ଲାଗିଥିଲା ନିଆଁକୁ ଆୟତ୍ତ କରିବା ପାଇଁ । ତେବେ ସେତେବେଳକୁ ବହୁ ମୂଲ୍ୟବାନ ଔଷଧ ଓ ଅନ୍ୟାନ୍ୟ ଜିନିଷ ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କା ମୂଲ୍ୟର ଔଷଧ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking