ଯାଜପୁର : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଚିତାଳୋ ମହାବିଦ୍ୟାଳୟରେ +୩ବିଜ୍ଞାନରେ ଶିକ୍ଷା ଲାଭ କରୁଥିବା ବେଳେ ଏକ ବିଦ୍ୟାଳୟରେ କର୍ତ୍ତବ୍ୟରତ ଜନୈକ ଶିକ୍ଷକ ରାଜେଶ ସାହୁଙ୍କର ମହାବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟା ସହ ତାଙ୍କର ଉତ୍ତୀର୍ଣ୍ଣ ପାଠ୍ୟକ୍ରମ ସଂପର୍କରେ ଵର୍ଷୀୟାନ ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ଚିନ୍ମୟ ଦାଶ ଗତ ତା ୧୪/୧୧/୨୦୧୯ରିଖ ତଥ୍ଯ ମଗାଇ ଥିଲେ । ଏହାକୁ ଚଞ୍ଚକତା କରି ଉକ୍ତ ମହାବିଦ୍ୟାଳୟର ସୂଚନା ଅଧିକାରୀ ଓ ଅଧ୍ୟକ୍ଷ , ସୂଚନା ଅଧିକାର କର୍ମୀ ଶ୍ରୀଯୁକ୍ତ ଦାଶଙ୍କୁ ଦୀର୍ଘ ଦିନ ଧରି ସୂଚନା ପ୍ରଦାନ କରି ନଥିଲେ । ଏ ସମ୍ପର୍କରେ ଶ୍ରୀଯୁକ୍ତ ଦାଶ ରାଜ୍ୟ ସୂଚନା କମିଶନରଙ୍କୁ ଅବଗତ କରାଇବା ସହ ଏ ସଂକ୍ରନ୍ତରେ ରାଜ୍ୟ ସୂଚନା କମିଶନର ବିକ୍ରମ ସେନାପତି ଗତ ତା୦୨/୦୨/୨୦୨୩ରିଖ ଓ ତା୨୩/୦୩/୨୦୨୩ରିଖ ସୂଚନା ଅଧିକାର ଆଇନର ଧାରା ୨୦(୧) ଅନୁଯାୟୀ ମହାବିଦ୍ୟାଳୟକୁ ଦୁଇଟି ନୋଟିସ୍ ଜାରି କରିଥିଲେ । କମିଶନରଙ୍କର ଏହି ନୋଟିସକୁ ଉକ୍ତ ମହାବିଦ୍ୟାଳୟର ସୂଚନା ଅଧିକାରୀ ଏବଂ ଅଧ୍ୟକ୍ଷ ଅବମାନନା କରି କୌଣସି ତଥ୍ଯ ପ୍ରଦାନ କରି ନ ଥିବାରୁ ସୂଚନା ଅଧିକାର ଆଇନର ଧାରା ୨୦୦୫-୦୦୧୪ ଅନୁଯାୟୀ ଟ ୨୫, ୦୦୦ଙ୍କା ଆସନ୍ତା ୩୦ ଦିନ ମଧ୍ୟରେ ଜୋରିମାନା ଦଣ୍ଡାଦେଶ ସ୍ୱରୂପ ଉକ୍ତ ମହାବିଦ୍ୟାଳୟର ଜନ ସୂଚନା ଅଧିକାରୀଙ୍କୁ ଜାରି କରାଯିବା ସହ ଉକ୍ତ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ ନ କଲେ ସୂଚନା ଅଧିକାର ଧାରା ୧୩/୨୦୦୫ ଅନୁଯାୟୀ ଉକ୍ତ ଦଣ୍ଡାଦେଶ ଅର୍ଥରାଶି ଅଧ୍ୟକ୍ଷଙ୍କ ଦରମାରୁ କଟା ଯିବ ବୋଲି ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ନାମାରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲଖଯୋଗ୍ୟ ଏହିକି ଉକ୍ତ ଡିଗ୍ରୀ ମହାବିଦ୍ୟାଳୟ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଛନ୍ଦି ହେଇଥିବା ବେଳେ ବିଭିନ୍ନ ସଂସ୍ଥାରେ ଚାକିରୀ କରିଥିବା ବ୍ୟକ୍ତି ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ସଂଗ୍ରହ କରି ତାଙ୍କୁ ବିଭିନ୍ନ ପର୍ଯ୍ୟାୟରେ ରେଗୁଲାର ଛାତ୍ରଛାତ୍ରୀ ଭାବରେ ବିଶ୍ଵବିଦ୍ୟାଳୟ ପ୍ରମାଣପତ୍ର ଯୋଗାଉଥିବା ଜନସୂତ୍ରରୁ ଜଣାପଡିଛି।