17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶବାହାଘରର କିଛି ମିନିଟ୍ ପରେ ହେଲା ଛାଡ଼ପତ୍ର

ବାହାଘରର କିଛି ମିନିଟ୍ ପରେ ହେଲା ଛାଡ଼ପତ୍ର

କୁଏତ : ବେଶ ଖୁସିରେ ପରସ୍ପରକୁ ବାହାହେଲେ । ଜଜଙ୍କ ଆଗରେ ପରସ୍ପରକୁ ସ୍ୱାମୀ-ସ୍ତ୍ରୀ ଭାବେ ଗ୍ରହଣ କଲେ । ମାତ୍ର ସ୍ୱାମୀ-ସ୍ତ୍ରୀ ହେବାର ମାତ୍ର ୩ ମିନିଟ ପରେ ସେମାନଙ୍କର ହୋଇଯାଇଛି ଛାଡ଼ପତ୍ର । ବାହାଘର ସରିବା ପରେ ବରକନ୍ୟା ଘରକୁ ବାହାରୁଥିଲେ । ମାତ୍ର ବର ସର୍ବସମ୍ମୁଖରେ କନ୍ୟାକୁ କଟାକ୍ଷ କରିବାରୁ ସେ ରାଗି ଯାଇ ସିଧା ଛାଡ଼ପତ୍ର ଦେଇଛନ୍ତି । କୁଏତରେ ଏପରି ଘଟଣା ଦେଖିବାକୁ ମିଳିଛି । ସମ୍ଭବତଃ ଏହା ବିଶ୍ୱର ସବୁଠାରୁ ଛୋଟିଆ ସମୟ ପାଇଁ ବାହାଘର । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କୋର୍ଟ ହାଉସରେ ଉଭୟ ପରସ୍ପରକୁ ବିବାହ କରିଥିଲେ । ସେଠାରେ ଉଭୟଙ୍କ ପରବାର ଲୋକ ଓ ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ରହିଥିଲେ । ବାହାଘରର ସମସ୍ତ କାମ ସରିବା ପରେ ଉଭୟ ଏକାଠି କୋର୍ଟ ରୁମରୁ ବାହାରୁଥିଲେ । ଏତିକି ବେଳେ କନ୍ୟା ଜଣଙ୍କ ଝୁଣ୍ଟି ପଡ଼ିଥିଲେ ।

ଏହା ଦେଖି ବର ହସିବା ସହ ତାଙ୍କୁ କଟାକ୍ଷ କରି ନିର୍ବୋଧ କହିଥିଲେ । ସମସ୍ତଙ୍କ ଆଗରେ ସେ ତାଙ୍କୁ ନିର୍ବୋଧ କହିବାରୁ ଏହା କନ୍ୟାକୁ ବେଶ ବାଧିଥିଲା । ସେ ରାଗି ଯାଇ ପୁଣି ବାହାଘର କରିଥିବା ଜଜଙ୍କ ପାଖରେ ପହଞ୍ଚିଥିଲେ । ଏଥିସହ ଛାଡ଼ପତ୍ରର ବ୍ୟବସ୍ଥା କରିବାକୁ କହିଥିଲେ । ପ୍ରଥମେ ତାଙ୍କୁ ସମସ୍ତେ ବୁଝାସୁଝା କରିଥିଲେ । ହେଲେ କନ୍ୟା ନିଜ ଜିଦରୁ ଓହରି ନଥିଲେ । ଶେଷରେ ବିଚାରପତି ଜଣଙ୍କ ମଧ୍ୟ ଉଭୟଙ୍କ ଛାଡ଼ପତ୍ରକୁ ତୁରନ୍ତ କରାଇ ଦେଇଥିଲେ । ବାହାଘରର ୩ ମିନିଟ ପରେ ଏପରି ଛାଡ଼ପତ୍ର ଘଟଣା ସମ୍ଭବତଃ ବିଶ୍ୱରେ ପ୍ରଥମ ଘଟଣା । ପ୍ରକୃତରେ ଘଟଣାଟି ୨୦୧୯ରେ ଘଟିଥିଲା । ଏବେ ପୁଣି ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୨୦୦୪ରେ ବ୍ରିଟେନର ଗୋଟିଏ ଦମ୍ପତି ବାହାଘରର ୯୦ ମିନିଟ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ସ୍କଟ ଓ ଭିକ୍ଟୋରିଆ ବାହାଘରର ୯୦ ମିନିଟ ପରେ ଗ୍ରେଟର ମାଞ୍ଚେଷ୍ଟର ସ୍ଥିତ ଷ୍ଟକପୋର୍ଟ ରେଜିଷ୍ଟର ଅଫିସକୁ ଯାଇଥିଲା । ସେଠାରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking