34.1 C
Bhubaneswar
Friday, September 20, 2024
Homeଅପରାଧଏକ ତରଫା ପ୍ରେମରୁ ପ୍ରାଣାନ୍ତକ ଆକ୍ରମଣ; ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ମୃତ

ଏକ ତରଫା ପ୍ରେମରୁ ପ୍ରାଣାନ୍ତକ ଆକ୍ରମଣ; ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇ ମୃତ

ହାଇଦ୍ରାବାଦ: ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଯୁବକ । ହାଇଦ୍ରାବାଦର ଏଲବି ନଗର ଅନ୍ତର୍ଗତ ଆରଟିସି କଲୋନୀରେ ଘଟିଛି ଏହି ଘଟଣା । ଯୁବତୀଙ୍କ ଘରେ ପଶି ଆକ୍ରମଣ କରିଥିଲେ ଯୁବକ । ଭଉଣୀକୁ ବଞ୍ଚାଇବାକୁ ଯାଇ ଯୁବତୀଙ୍କ ଭାଇ ଆକ୍ରମଣର ଶିକାର ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନା ମୁତାବକ, ରଙ୍ଗାରେଡି ଜିଲ୍ଲାର ଗୁଣ୍ଡୁମାଲା ସୁରେନ୍ଦ୍ର ଗୌଡଙ୍କ ବଡ ଝିଅ ସାଂଘଭୀ ଓ ପୁଅ ପୃଥବୀ । ସାଂଘଭୀ ରମନ୍ତପୁର ହୋମିଓ କଲେଜରେ ଚତୁର୍ଥ ବର୍ଷରେ ପାଠ ପଢୁଥିବା ବେଳେ ପୃଥବୀ ଚାକିରି ଖୋଜୁଥିଲେ । ଉଭୟ ଭାଇ ଭଉଣୀ ଏଲବି ନଗର ଆରଟିସି କଲୋନୀରେ ଭଡ଼ା ଘରେ ରହୁଥିଲେ । ତେବେ ନେରେଲା ଚେରୁଭୁ ଗାଁର ଶିବକୁମାର ଓ ସାଂଘଭୀ ଗୋଟିଏ ବିଦ୍ୟାଳୟରେ ପାଠ ପଢୁଥିଲେ । ସେବେଠାରୁ ଶିବକୁମାର ପ୍ରେମ ନାମରେ ସାଂଘଭୀଙ୍କୁ ହଇରାଣ କରୁଥିଲା ।

ଏକାଧିକ ଥର ମନା କରିବା ପରେ ମଧ୍ୟ ପିଛା ଛାଡୁନଥିଲା । ବାରମ୍ବାର ପ୍ରେମ ନିବେଦନକୁ ଯୁବତୀ ଜଣକ ପ୍ରତ୍ୟାଖ୍ୟାନ କରିଥିବାରୁ ଶିବକୁମାର କ୍ରୋଧରେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା । ଗତକାଲି ଦିନ କୌଣସି ମତେ ସାଂଘଭୀଙ୍କ ଠିକଣା ଜାଣିବା ପରେ ଅଭିଯୁକ୍ତ ଏକ ଛୁରୀ ନେଇ ତାଙ୍କ ଘରକୁ ଯାଇଥିଲା । ଏହି ସମୟରେ ସାଂଘଭୀଙ୍କ ଭାଇ ଭଉଣୀ ଉପରେ ଶିବକୁମାର ଆକ୍ରମଣ ଏହା ଦେଖି ସଘଭିଙ୍କ ଭାଇ ଘରକୁ ଯାଇଥିବା ବେଳେ ତାଙ୍କ ଭଉଣୀକୁ ଶିବକୁମାର ଆକ୍ରମଣ କରିଥିବାର ଦେଖିଥିଲେ । ଏନେଇ ଭଉଣୀକୁ ବଞ୍ଚାଇବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ ପୃଥିବୀ । ଅଭିଯୁକ୍ତ ଜଣକ ତାଙ୍କ ଛାତିକୁ ଛୁରୀରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ତାଙ୍କୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ପୃଥିବୀଙ୍କୁ ମୃତ ଘୋଷଣା କରିଥଲେ । ଅନ୍ୟପଟେ ଏନେଇ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଘଟଣାକୁ ନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଥିବା କହିଛନ୍ତି ଏଲବି ନଗର ଡିସିପି ସାଇଶ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking