28.1 C
Bhubaneswar
Tuesday, July 2, 2024
Homeଓଡିଶାପାରିବାରିକ ବିବାଦ ନେଲା ଉଗ୍ରରୂପ, ସ୍ତ୍ରୀର ତଣ୍ଟି କାଟିଦେଲା ନିଶାଡି ସ୍ୱାମୀ

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସ୍ତ୍ରୀର ତଣ୍ଟି କାଟିଦେଲା ନିଶାଡି ସ୍ୱାମୀ

ଭଦ୍ରକ: ପାରିବାରିକ ବିବାଦ ପାଇଁ ସ୍ତ୍ରୀର ତଣ୍ଟି କାଟିଦେଲା ମଦ୍ୟପ ସ୍ୱାମୀ ଗୁରୁତର ଅବସ୍ଥାରେରେ ସ୍ତ୍ରୀ କୁ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସ୍ୱାମୀ ଥାନାରେ ଅଟକ ଥିବା ସୂଚନା ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ନିକଟ ବଣିଆ ପଂଚାୟତ କାଞ୍ଚପଡା ଗାଁରେ

କାଞ୍ଚପଡା ଗାଁର ଜଗବନ୍ଧୁ ଜେନା ଦୀର୍ଘ ଦିନ ଧରି ନିଜ ପତ୍ନୀ ଗାୟତ୍ରୀ ଜେନା ଙ୍କୁ ନିଶାଗ୍ରସ୍ତ ଅବସ୍ଥା ରେ ମାନସିକ ଶାରୀରିକ ଯନ୍ତ୍ରଣା ଦେଇ ଆସୁଥିବା ସୂଚନା ମିଳିଛି କିଛି ଦିନ ଧରି ଉଭୟ ଙ୍କ ମଧ୍ୟରେ ବିଭିନ୍ନ କାରଣ କୁ ନେଇ ବିବାଦ ଲାଗିରହିଥିଲା ଏହି ଘଟଣା କୁ ନେଇ ଭୋର ସମୟ ରେ ଜଗବନ୍ଧୁ ସ୍ତ୍ରୀ ଗାୟତ୍ରୀ ଙ୍କୁ ଏକ ଧାରୁଆ ମାରଣାସ୍ତ୍ର ରେ ତାଙ୍କ ବେକକୁ କଟିଦେଇଥିବା ସୂଚନା ମିଳିଛି

ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଗ୍ରାମବାସୀ ଚିକିତ୍ସା ପାଇଁ ପ୍ରଥମେ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ଏହି ଘଟଣା ପରେ ସାବରଙ୍ଗ ପୋଲିସ ଘଟଣା ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁ କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking