27.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶ‘ଫେସ୍‌ବୁକ୍‌’ରେ ଅନୁରୋଧ, ପରେ ବିବାହ ପ୍ରତିଶ୍ରୁତି ଦେଇ ରାଜସ୍ଥାନ ଯୁବକଙ୍କୁ ‘ହିନିଟ୍ରାପ୍‌’ କଲେ ‘ଆଇଏସ୍‌ଆଇ’ ମହିଳା...

‘ଫେସ୍‌ବୁକ୍‌’ରେ ଅନୁରୋଧ, ପରେ ବିବାହ ପ୍ରତିଶ୍ରୁତି ଦେଇ ରାଜସ୍ଥାନ ଯୁବକଙ୍କୁ ‘ହିନିଟ୍ରାପ୍‌’ କଲେ ‘ଆଇଏସ୍‌ଆଇ’ ମହିଳା ଏଜେଣ୍ଟ୍‌

ନୂଆଦିଲ୍ଲୀ: ପାକିସ୍ତାନର ‘ଇଣ୍ଟର୍‌-ସର୍ଭିସେସ୍ ଇଣ୍ଟେଲିଜେନ୍‌ସ୍‌’ (ଆଇଏସ୍‌ଆଇ) ନିମନ୍ତେ କାର‌୍ୟ୍ୟ କରୁଥିବା ଅଭିଯୋଗରେ ରବିବାର ଦିନ ରାଜସ୍ଥାନରେ ଜଣେ ୨୨ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ନରେନ୍ଦ୍ର କୁମାର। ପୁଲିସ କହିଛି, ସେ ପାକିସ୍ତାନୀ ଗୁଇନ୍ଦା ଏଜେନ୍‌ସକୁ ବିକାନେର୍ ସୀମାନ୍ତ ଅଞ୍ଚଳର ରଣନୈତିକ ଓ ଗୋପନୀୟ ସୂଚନା ହସ୍ତାନ୍ତର କରିଛନ୍ତି।
ଅତିରିକ୍ତ ପୁଲିସ ମହାନିର୍ଦେଶକ ଏସ୍‌. ସେଙ୍ଗାତିର୍ କହିଛନ୍ତି, ପର‌୍ୟ୍ୟବେକ୍ଷଣ ବେଳେ ଜଣାପଡ଼ିଲା ଯେ, ୨୨ ବର୍ଷିୟ ନରେନ୍ଦ୍ର କୁମାର ସାମାଜିକ ଗଣମାଧ୍ୟମ ଜରିଆରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍‌ସିର ଦୁଇଜଣ ମହିଳାଙ୍କ ସହିତ ସବୁ ବେଳେ ଯୋଗାଯୋଗ ରଖିଥିଲେ। ସ‌େ ସେମାନଙ୍କଦ୍ବାରା ‘ହିନିଟ୍ରାପ୍‌’ରେ ପଡ଼ିଥିବା ପରି ମନେହେଉଛି।
ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ନିକଟରେ ଅବସ୍ଥିତ ବିକାନେର୍ ଅଞ୍ଚଳର ଆନନ୍ଦଗଡ଼ ଖଜୁୱାଲାବାସୀ ନରେନ୍ଦ୍ର କୁମାର ହେଉଛନ୍ତି ଜଣେ ବାଇକ୍ ମେକାନିକ୍‌। ପଚରା ଉଚରା ବେଳେ ଜଣାପଡ଼ିଲା ଯେ, ‘ଫେସ୍‌ବୁକ୍‌’ ଜରିଆରେ ସେ ‘ହିନିଟ୍ରାପ୍‌’ର ସରବ୍ୟ ହୋଇଥିଲେ।
ଦୁଇ ବର୍ଷ ପୂର୍ବେ ସେ ‘ଫେସ୍‌ବୁକ୍‌’ ଜରିଆରେ ପୁନମ୍ ବାଜ୍‌ୱା ଓ ସୁନୀତାଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିଥିଲେ। ‘ବିଏସ୍‌ଏଫ୍‌’ର ଡାଟା ଏଣ୍ଟ୍ରି ଅପରେଟର୍ ଭାବେ ପରିଚୟ ଦେଇ ନରେନ୍ଦ୍ର କୁମାରଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିବା ପୁନମ୍ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ଭୁଲାଇ ସୀମାନ୍ତ ଅଞ୍ଚଳ ବିଷୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ସଂଗ୍ରହ କରିନେଇଥିଲେ। ଏଥିପାଇଁ ସେ ନରେନ୍ଦ୍ର କୁମାରଙ୍କ ନିକଟକୁ ଏକ ‘ହ୍ବଟ୍‌ସ୍‌ଆପ୍‌’ ନମ୍ବର ପଠାଇ ଆନ୍ତର୍ଜାତିକ ସୀମାନ୍ତ ଅନ୍ତର୍ଗତ ଭାରତୀୟ ଅଞ୍ଚଳର ରାସ୍ତା, ସେତୁ, ‘ବିଏସ୍‌ଏଫ୍ ପୋଷ୍ଟ୍‌’, ଟାୱାର୍ ବିଷୟରେ ସୂଚନା ଓ ସେନା ଗାଡ଼ି ଓ ନିଷିଦ୍ଧାଞ୍ଚଳର ଫଟୋ ଉତ୍ତୋଳନ କରି ପଠାଇବାକୁ କହିଥିଲେ।
ସେହିପରି, ସୁନୀତା ନାମ୍ନୀ ମହିଳାଜଣକ ଏକ ଜାତୀୟସ୍ତରୀୟ ସମ୍ବାଦପତ୍ରର ସାମ୍ବାଦିକା ବୋଲି ପରିଚୟ ଦେଇ ନରେନ୍ଦ୍ର କୁମାରଙ୍କଠାରୁ ସୂଚନା ମାଗି ନେଇଥିଲେ। ନରେନ୍ଦ୍ର କୁମାରଙ୍କ ଫୋନ୍‌କୁ ଯାଞ୍ଚ କରିବା ପରେ ତୁରନ୍ତ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking