37.1 C
Bhubaneswar
Monday, May 20, 2024
Homeଅପରାଧମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ, ନେଲା ସ୍ତ୍ରୀର ଜୀବନ

ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ, ନେଲା ସ୍ତ୍ରୀର ଜୀବନ

ରାୟପୁର: ମଦ୍ୟପ ସ୍ୱାମୀର ନାରକୀୟ କାଣ୍ଡ । ମଦ ପିଇବା ସମୟରେ ସ୍ତ୍ରୀ ରୋକିବାରୁ ସ୍ୱାମୀର ମୁଣ୍ଡରେ ଚଢିଲା ପିତ । ଲୁହାରଡରେ ମାଡମାରି ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ଏଭଳି ହତ୍ୟାକାଣ୍ଡ ଘଟିଛି ଛତିଶଗଡର ଗରିଆବନ୍ଦ ଜିଲ୍ଲାରେ । ହତ୍ୟାକାରୀ ସ୍ୱାମୀ ହେଉଛି ଡୋମନକାନ୍ତ ଧ୍ରୁବ । ସେ ଜଣେ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଛି । ଗତ ଶୁକ୍ରବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଯେତେବେଳେ ଅଭିଯୁକ୍ତ ଡୋମନକାନ୍ତ ଘରେ ମଦ୍ୟପାନ କରୁଥିଲେ, ସେତେବେଳେ ତାଙ୍କ ପତ୍ନୀ ମୀନା ଧ୍ରୁବ ତାଙ୍କୁ ମଦ୍ୟପାନ ନକରିବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ୱାମୀ ସ୍ତ୍ରୀର ମୁଣ୍ଡକୁ ଏକ ଲୁହା ରଡରେ ଆକ୍ରମଣ କରିଥିଲା ।

ଫଳରେ ଘଟଣାସ୍ଥଳରେ ଟଳିପଡିଥିଲେ ମୀନା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଜଣଙ୍କ ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲା । ଏନେଇ ପୋଲିସ କହିଛି ଯେ, ”ଅଭିଯୁକ୍ତ ଜଣଙ୍କ ସ୍ତ୍ରୀକୁ ହତ୍ୟା କରିବା ପରେ ଥାନାରେ ଆସି ଆତ୍ମସମର୍ପଣ କରିଥିଲା । ଏହାପରେ ତାକୁ ଗିରଫ କରାଯାଇଥିଲା । ପଚରାଉଚରା ସମୟରେ ସବୁ ସତକଥା କହିଥିଲା ଅଭିଯୁକ୍ତ । କିନ୍ତୁ ଏପରି କାଣ୍ଡ ଘଟାଇବାପରେ ଅଭିଯୁକ୍ତ ଟିକିଏ ବି ପଶ୍ଚାତାପ କରିନଥିବା ପରି ମନେ ହେଉଥିଲା । ଅଭିଯୁକ୍ତ ଡୋମନକାନ୍ତ ଜଣେ ଶିକ୍ଷକ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଶିକ୍ଷକ ଥିଲେ । ବର୍ତ୍ତମାନ ମୀନାଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking