28.1 C
Bhubaneswar
Saturday, October 19, 2024
Homeଓଡିଶାଆସନ୍ତା ୬ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ; ଯଦି ସାମୁଦ୍ରିକ ଝଡ ସୃଷ୍ଟି ହୁଏ...

ଆସନ୍ତା ୬ରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ; ଯଦି ସାମୁଦ୍ରିକ ଝଡ ସୃଷ୍ଟି ହୁଏ ଏହାର ନାମ ରହିବ ‘ମୋଚା’

ଭୁବନେଶ୍ୱର: ଆସନ୍ତା ୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିଂ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହାର ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ତେବେ ଏ ସମ୍ପର୍କରେ ସୋଆର ସିଇସି ନିର୍ଦ୍ଦେଶକ ଡ.ଶରତ ସାହୁ କହିଛନ୍ତି ଯେ, ଆସନ୍ତା ୭ କିମ୍ବା ୮ତାରିଖ ମଧ୍ୟରେ ଏ ସମ୍ପର୍କରେ ଅଧିକ ଚିତ୍ର ସ୍ପଷ୍ଟ ହେବ । ୭ କିମ୍ବା ୮ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବା ପରେ ଅବପାତରେ ପରିଣତ ହେବ । ପରେ ବାତ୍ୟାର ରୂପ ନେବ । ସମ୍ଭବତ ୧୩ କିମ୍ବା ୧୪ରେ ବାତ୍ୟା ଉଗ୍ରରୂପ ନେବ ବୋଲି ପୂର୍ବାନୁମାନ କରାଯାଉଛି ।

ଅପରପକ୍ଷେ ଆସନ୍ତା ୧୧ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି । ଆମେରିକାନ୍ ଜିଏଫ୍‌ଏସ୍ ମଡେଲ ଆକଳନ କରିଛି । । ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମର ଆକଳନ ଅନୁସାରେ ମାସ ଦ୍ୱିତୀୟ ସପ୍ତାହରେ ବାତ୍ୟା ସୃଷ୍ଟି ହୋଇପାରେ । ଯଦି ସାମୁଦ୍ରିକ ଝଡ଼ ସୃଷ୍ଟି ହେଲେ ଏହାର ନାଁ ରହିବ ମୋଚା । ଯାହାର ନାମକରଣ କରିଛି ୟେମେନ ।

ତେବେ ବାତ୍ୟା ନେଇ ଆଇଏମ୍‌ଡି ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନି । ସମ୍ଭାବ୍ୟ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିଲେ ହେଁ ତାହା ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ ସ୍ପଷ୍ଟ ହୋଇପାରି ନାହିଁ । ତଥାପି ସିଷ୍ଟମ୍ ଉପରେ ନଜର ରଖାଯାଇଛି ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଗତ ୪ ବର୍ଷ ଧରି ଲଗାତାର ମେ ମାସରେ ବାତ୍ୟା ତାଣ୍ଡବ ରଚିଛି । ସବୁଠାରୁ ଭୟଙ୍କର ବାତ୍ୟା ଫନି ଓଡ଼ିଶା ଉପକୂଳକୁ ଛାରଖାର କରିଥିଲା । ପରେ ପରେ ଅମ୍ଫନ, ୟାଶ୍ ଏବଂ ଆସାନୀ ବାତ୍ୟା ବି ମେ ମାସରେ ସ୍ଥଳଭାଗ ଛୁଇଁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking