29.1 C
Bhubaneswar
Wednesday, May 1, 2024
Homeଓଡିଶାସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍

ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍

ବାଲେଶ୍ୱର : ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା କୋଇଲା ବୋଝେଇ ଟ୍ରକ୍। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କାଠ ସଂଗଡା ଗାଁର।
ଆଜି ସକାଳେ ସାଇକେଲ ଆରୋହୀ ଜଣଙ୍କ ବାଲେଶ୍ୱର ଅଭିମୁଖେ ଯାଉଥିଲେ। ଏହି ସମୟରେ ବୀପରିତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ନେଇ ଚମ୍ପଟ ମାରିଥିଲା। ସ୍ଥାନୀୟ ଲୋକେ ଗାଡ଼ିକୁ ପିଛା କରି ପୁଲିସ ଜିମାରେ ଦେଇଥିଲେ। ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking